ଓଡିଶା

odisha

ETV Bharat / state

କଟକ ପୋଲିସର ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ବବୁଲ ଆହତ - କଟକ ପୋଲିସର ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ବବୁଲ ପାୱା ଆହତ

ପୁଣି କଟକରେ ପୋଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବବୁଲ ପାୱାର ଡାହାଣ ଗୋଡ଼ରେ ଗୁଳି ବାଜିଛି । ତେବେ ଆହତ ବବୁଲର ଘର ମହାରାଷ୍ଟ୍ରର ବୋଲି ଜଣାପଡିଛି ।

Encounter in cuttack
କଟକ ପୋଲିସର ଏନକାଉଣ୍ଟର

By

Published : Dec 11, 2019, 6:50 AM IST

Updated : Dec 11, 2019, 12:57 PM IST

କଟକ: ପୁଣି କଟକରେ ପୋଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବବୁଲ ପାୱାର ଆହତ । ବବୁଲର ଡାହାଣ ଗୋଡ଼ରେ ଗୁଳି ବାଜିଛି । ତେବେ ଆହତ ବବୁଲର ଘର ମହାରାଷ୍ଟ୍ରର ହୋଇଥିବାବେଳେ ସେ ଆନ୍ତଃରାଜ୍ୟ ଡକାୟତ ମାନଙ୍କର ମୁଖ୍ୟ ଲିଡ଼ର ଥିଲା ବୋଲି ଜଣାପଡିଛି ।

କଟକ ପୋଲିସର ଏନକାଉଣ୍ଟର

ଅନ୍ୟପକ୍ଷେ, ବବୁଲ ପାୱାର ଏନକାଉଣ୍ଟର ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି । ପୋଲିସ ଗୁଳିରେ ଆହତ ହୋଇଥିବା ବବୁଲ ପାୱାରଙ୍କ ବିରୋଧରେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ବବୁଲ ବାହାର ରାଜ୍ୟର ଅପରାଧୀଙ୍କୁ ଆଣି ଓଡ଼ିଶାର ବିଭିନ୍ନ ସ୍ଥାନରେ ଅପରାଧ କରୁଥିଲା । ବିଷେକରି ମୋବାଇଲ ଲୁଟ କରିବା, ଟଙ୍କା ଛଡ଼ାଇବା, ଘର ଗ୍ରୀଲ୍ ତାଡି ଲୁଟିବା, ସୁନା ଦୋକାନରୁ ଲୁଟ କରିବା ଭଳି ଅପରାଧ କରୁଥିଲେ ଏହି ଡକାୟତ ମାନେ ।

କଟକ, ଭୁବନେଶ୍ୱର,ମୟୁରଭଞ୍ଜ, ପୁରୀ ଆଦି ସ୍ଥାନମାନଙ୍କରେ ନେଟୱାର୍କ କରି ଅପରାଧ କରୁଥିଲେ । ମଙ୍ଗଳବାର ଡକାୟତ ଗ୍ରୁପର 8 ଜଣ ଡକାୟତଙ୍କୁ ଧରିଥିଲା ପୋଲିସ । କିନ୍ତୁ ପୋଲିସ ଉପରକୁ ଗୁଳିଚାଳନା କରି ଚକମା ଦେଖାଇ ଫେରାର ହୋଇଯାଇଥିଲା ବବୁଲ ଓ ତାର ଅନ୍ୟ ୨ ସହଯୋଗୀ । ତେବେ ଫେରାର ଅଭିଯୁକ୍ତ ମାନଙ୍କୁ ଧରିବାକୁ ପିଛା କରୁଥିବା ସମୟରେ ବାରଙ୍ଗ ଅଞ୍ଚଳରେ ବବୁଲ ପୋଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା । ଏହାର ଜବାବରେ ପୋଲିସ ପାଲଟା ଆକ୍ରମଣ କରିଥିଲା । ଯେଉଁଥିରେ ବବୁଲର ଡାହାଣ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲା ଓ ପୋଲିସ ତାକୁ କାବୁ କରିଥିଲା । ଆହତ ବବୁଲକୁ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ସର୍ଜରୀ ବିଭାଗରେ ତାର ଚିକିତ୍ସା କରାଯାଉଛି ।

ସୂଚନାଯୋଗ୍ୟ, ଚୌଦ୍ବାର ଅଞ୍ଚଳରେ ଆନ୍ତଃରାଜ୍ୟ ଡକାୟତଙ୍କୁ ଠାବ କରିଥିଲା କମିଶନରେଟ ପୋଲିସ । ଦିନ ସମୟରେ ଏହି ଡକାୟତ ଗ୍ୟାଙ୍ଗ ଛଦ୍ମବେଶ ବୁଲି ଖେଳଣା, ବେଲୁନ ଆଦି ବିକ୍ରି କରି ବିଭିନ୍ନ ଘରକୁ ଟାର୍ଗେଟ କରି ରାତ୍ରି ସମୟରେ ଉକ୍ତ ଘରୁ ଚୋରି କରିଥାନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 11, 2019, 12:57 PM IST

ABOUT THE AUTHOR

...view details