ଓଡିଶା

odisha

ETV Bharat / state

ଜଙ୍ଗଲ ଛାଡି ରାଜପଥ ମୁହାଁ ହାତୀପଲ, ଲୋକେ ଆତଙ୍କିତ - କଟକ ସମ୍ବଲପୁର ଜାତୀୟ ରାଜପଥ

କଟକ-ସମ୍ବଲପୁର ଏନ୍ଏଚ୍ ୫୫ କଡ଼ରେ ହାତୀପଲ ଆତଙ୍କ ଖେଳାଇଛନ୍ତି । କୁଶପଙ୍ଗୀ-ଡିହସାହି ଜାତୀୟ ରାଜପଥ ୫୫ କଡ଼ରେ ହାତୀପଲଙ୍କ ପାଇଁ ଲୋକଙ୍କ ଭିଡ ଜମିବା ଫଳରେ ରାସ୍ତା ଜାମ ହୋଇଛି । ଅଧିକ ପଢନ୍ତୁ

ରାଜପଥ ମୁଁହା ଗଜରାଜ , ଲୋକେ ଆତଙ୍କୀତ
ରାଜପଥ ମୁଁହା ଗଜରାଜ , ଲୋକେ ଆତଙ୍କୀତ

By

Published : Nov 18, 2022, 11:00 AM IST

କଟକ: ଜଙ୍ଗଲ ଛାଡି ଏବେ ଜନବସତି ମୁହାଁ ହାତୀପଲ । କଟକ-ସମ୍ବଲପୁର ଏନ୍ଏଚ୍ ୫୫ କଡ଼ରେ ହାତୀପଲ ଆତଙ୍କ ଖେଳାଇଛନ୍ତି । କୁଶପଙ୍ଗୀ-ଡିହସାହି ଜାତୀୟ ରାଜପଥ ୫୫ କଡ଼ରେ ହାତୀପଲଙ୍କ ପାଇଁ ଲୋକଙ୍କ ଭିଡ ଜମିବା ଫଳରେ ରାସ୍ତା ଜାମ ହୋଇଛି । ଡାଳିଯୋଡ଼ା ଓ ଖୁଣ୍ଟୁଣି ରେଞ୍ଜ ବନ କର୍ମଚାରୀଙ୍କ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି ।

ରାଜପଥ ମୁଁହା ଗଜରାଜ , ଲୋକେ ଆତଙ୍କୀତ

19 ଟିକିଆ ହାତୀପଲଙ୍କୁ ଦେଖି ଲୋକ ଭୟଭୀତ ହୋଇ ରୁଣ୍ଡ ହୋଇଥିଲେ । ଫଳରେ ରାସ୍ତା ଜାମ ହୋଇଥିଲା । ୫୫ ନମ୍ବର ଜାତୀୟ ରାଜପଥର କୁଶପଙ୍ଗୀ ଡିହସାହି ରାସ୍ତାକୁ ହାତୀପଲ ଚାଲି ଆସିଥିଲେ । ଫଳରେ ଭୟ ଓ ଆତଙ୍କିତ ଅବସ୍ଥାରେ ଯାତ୍ରୀ ଯାତାୟାତ କରୁଛନ୍ତି । କେଉଁ ପରିସ୍ଥିତିରେ ରାଜପଥ ଉପରକୁ ଆସି ପରନ୍ତି ଏହି ହାତୀପଲ । ରାଜପଥ ଉପରେ ଦୁଇଟି ରେଞ୍ଜର ବନ କର୍ମଚାରୀ ହାତୀକୁ ଜଙ୍ଗଲ ମୁହାଁ କରି ଘଉଡାଇବାକୁ ଉଦ୍ୟମ କରୁଛନ୍ତି । ବନ କର୍ମଚାରୀ ହାତରେ ନିଆଁ ହୁଳା, ବାଣ, ସାଇରନ ମାରି ତଡିବାକୁ ଉଦ୍ୟମ କରୁଛନ୍ତି । ରାଜପଥରେ ରୁଣ୍ଡହୋଇ ଲୋକେ ମଧ୍ୟ ହାତୀପଲକୁ ଘଉଡାଉଛନ୍ତି । ମଝିରେ ହାତୀପଲ ଗୋଟିଏ ପଟେ ଡାଳିଯୋଡା ରେଞ୍ଜର କର୍ମଚାରୀ ଅନ୍ୟପଟେ ଖୁଣ୍ଟୁଣୀ ବନାଞ୍ଚଳର କର୍ମଚାରୀ ନିଜ ଏରିଆରୁ ହାତୀକୁ ଘଉଡାଇବାକୁ ଉଦ୍ୟମ ଚଳାଇଛନ୍ତି । ଏବେ ପ୍ରଶ୍ନ ଉଠୁଛି ଏବେ ହାତୀପଲ ଯିବେ କୁଆଡେ ।

ଏହା ବି ପଢନ୍ତୁ...ପୁଣେ-ମୁମ୍ବାଇ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା, କାର ଧକ୍କାରେ ୫ ମୃତ

କିଛି ଦିନରେ ରାଜଧାନୀ ଭୁବନେଶ୍ବର ଭିତରକୁ ଏକ ଦନ୍ତା ପଶି ଆସିଥିଲା । ନଭେମ୍ବର 2 ତାରିଖରେ ଭୁବନେଶ୍ବର ସହର ମଧ୍ୟକୁ ପଶି ଆସିଥିଲା ଦନ୍ତାହାତୀ । ହାତୀଟି ଧଉଳିରୁ ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା । ହାତୀକୁ ଘଉଡ଼ାଇବାକୁ ନାକେଦମ ହୋଇଥିଲେ ବନବିଭାଗ ଏବଂ ସ୍ଥାନୀୟ ଲୋକେ । ଆଇଗିଣିଆ ଅଞ୍ଚଳରେ ହାତୀକୁ ଟ୍ରାଙ୍କୁଲାଇଜ୍ କରିବାରେ ସମର୍ଥ ହୋଇଥିଲା ବନବିଭାଗ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details