କଟକ:ପାଖେଇ ଆସୁଛି ମାଆଙ୍କ ପୂଜା । ଏନେଇ କଟକ ସହରରେ ଆରମ୍ଭ ହେଲାଣି ପ୍ରସ୍ତୁତି । ପ୍ରଶାସନ କଟକର ସବୁ ପୂଜା କମିଟିମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା । । ତେବେ ଏହାରି ଭିତରର ସହରର ପୂଜା ମଣ୍ଡପଗୁଡିକରେ ମିଟର ଲାଗିବା ନେଇ ଯେଉଁ ପ୍ରଶ୍ନ ଉଠିଥିଲା ତାହା ମଧ୍ୟ ସ୍ପଷ୍ଟ ହୋଇଛି । ପ୍ରତି ମଣ୍ଡପରେ ଲାଗିବ ଇଲେକ୍ଟ୍ରି ମିଟର । ଏନେଇ TPCODL ପକ୍ଷରୁ ସ୍ପଷ୍ଟ କରାଯାଇଛି । କରାଣ ହଜାର ବର୍ଷର ସହରରେ ଏହି ପୂଜାକୁ ଆଡ଼ମ୍ବରର ସହ ପାଳନ କରାଯାଏ ।ତେଣୁ ବିଦ୍ୟୁତ ଜନିତ ଦୁର୍ଘଟଣାକୁ ଏଡାଇବା ପାଇଁ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡିିଛି ।
ତେବେ ଗତକାଲି ଜିଲ୍ଲା ପ୍ରଶାସନ ଡାକିଥିବା ଦୁର୍ଗାପୂଜା ବୈଠକରେ ଅନେକ ଦିଗ ଉପରେ ଆଲୋଚନା ହୋଇଥିଲା । ପୂଜା ପୂର୍ବରୁ ସହର ରାସ୍ତା ଘାଟ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ପ୍ରଶାସନ ପକ୍ଷରୁ ବୈଠକରେ ପ୍ରତିଶୃତି ଦେଆଯାଇଛି । ପୂଜା କମିଟି ତରଫରୁ ପୂଜା ସମୟରେ 24 ଘଣ୍ଟିଆ ପାନୀୟ ଜଳ ଯୋଗେଇଦେବା ଏବଂ ବିଦ୍ୟୁତ୍ କାଟ ନ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା । ଅନ୍ୟପଟେ ମଣ୍ଡପରେ ମିଟର ଲାଗିବା ପ୍ରସଙ୍ଗକୁ ସ୍ୱାଗତ କରିଛନ୍ତି ପୂଜା କମିଟି । ଏହାସହ ଯେଉଁ ପୂଜା କମିଟି ଠାକୁର ଘରର ପୁର୍ବରୁ ମିଟର ରହିଛି ଆଉ ସେମାନଙ୍କର ମିଟର ନ ଲଗେଇବା ପାଇଁ ଦାବି କରିଛନ୍ତି ପୂଜା କମିଟି ସଦସ୍ୟ । ଏହାସହ ପୂଜା ସମୟରେ ବିଦ୍ୟୁତ ତାର ଗୁଡିକ ସୁରକ୍ଷିତ ଭାବେ ଉପରକୁ ବାନ୍ଧିବା ଓ ଯେପରି ବିଦ୍ୟୁତ ବାରମ୍ବାର କାଟ ନ ହୁଏ ସେଦିଗରେ ଧ୍ୟାନ ଦେବା ପାଇଁ ଦାବି ହୋଇଛି ।
ଏହା ମଧ୍ୟ ପଢନ୍ତୁ....ଗଡୁଛି ସମୟ ସରୁନି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ