ଓଡିଶା

odisha

ETV Bharat / state

ମତଦାନ କେନ୍ଦ୍ରରେ BJDର ଦାଦାଗିରି, ଏଜେଣ୍ଟକୁ ମାଡ଼ ମାରିବା ଅଭିଯୋଗ ! - ନିଆଳିରୁ ଭିଡ଼ିଓ ଭାଇରାଲ

କଟକ ଜିଲ୍ଲା ନିଆଳି ମତଦାନ କେନ୍ଦ୍ରରେ ନିର୍ବାଚନୀ ହିଂସା । ବିଜେଡ଼ି କର୍ମୀ ବୁଥ ଭିତରେ ପଶି ଏଜେଣ୍ଟକୁ ମାଡ଼ ମାରିଥିବା ଅଭିଯୋଗ ହେବା ସହ ଭିଡ଼ିଓ ହେଉଛି ଭାଇରାଲ । ଅଧିକ ପଢନ୍ତୁ

Election Violence: ନିଆଳି ମତଦାନ କେନ୍ଦ୍ରରେ BJDର ଦାଦାଗିରି, ଏଜେଣ୍ଟକୁ ମାଡ଼ ମାରିବା ଅଭିଯୋଗ !
Election Violence: ନିଆଳି ମତଦାନ କେନ୍ଦ୍ରରେ BJDର ଦାଦାଗିରି, ଏଜେଣ୍ଟକୁ ମାଡ଼ ମାରିବା ଅଭିଯୋଗ !

By

Published : Feb 24, 2022, 12:14 PM IST

ନିଆଳି: ଆଜି(ଗୁରୁବାର) ରାଜ୍ୟରେ ଚାଲିଛି ପଞ୍ଚମ ପର୍ଯ୍ୟାୟ ମତଦାନ । ଶେଷ ପର୍ଯ୍ୟାୟରେ ମଧ୍ୟ ଥମିନି ହିଂସା । କଟକ ଜିଲ୍ଲା ନିଆଳି ହାଇସ୍କୁଲ ମତଦାନ ସମୟରେ ବିଜେଡ଼ି କର୍ମୀଙ୍କ ଦାଦାଗିରି ଦେଖିବାକୁ ମିଳିଛି । ବୁଥ ଭିତରେ ପଶି ଏଜେଣ୍ଟକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ସମୟର ଦୃଶ୍ୟ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

Election Violence: ନିଆଳି ମତଦାନ କେନ୍ଦ୍ରରେ BJDର ଦାଦାଗିରି, ଏଜେଣ୍ଟକୁ ମାଡ଼ ମାରିବା ଅଭିଯୋଗ !

ନିଆଳି ବ୍ଳକର ନିଆଳି ପଞ୍ଚାୟତ ପାଇଁ ମତଦାନ ଚାଲିଥିବା ସମୟରେ ଭୋଟ ଗ୍ରହଣ କେନ୍ଦ୍ରରେ ହାତାହାତି ଓ ମାରପିଟ୍ ଭିଡିଓ ଏବେ ଭାଇରାଲ ହେଉଛି । ନିଆଳି ହାଇସ୍କୁଲରେ ୧୧ ନମ୍ବର ବୁଥରେ ମତଦାନ ଚାଲିଥିବା ସମୟରେ ବିଜେଡି କର୍ମୀ ବୁଥ ଭିତରେ ପଶି ଧମକ ଚମକ ଦେଉଥିବା ଭିଡିଓରୁ ଜଣାପଡିଛି। ବିଜେଡି କର୍ମୀ ଏଜେଣ୍ଟ କି ଅନ୍ୟ କେଉଁ ଦଳର କର୍ମୀଙ୍କୁ ମାରପିଟ୍ କରୁଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ । ତେବେ କଟକ ଜିଲ୍ଲା ପ୍ରଶାସନ ଏହି ଭାଇରାଲ ଭିଡିଓ ମାଧ୍ୟମରେ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିଆଳି ବାସୀ ଦାବି କରିଛନ୍ତି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ABOUT THE AUTHOR

...view details