କଟକ: ରାଜ୍ୟରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ରହିଥିବା ବେଳେ ଆରମ୍ଭ ହୋଇଗଲାଣି ନିର୍ବାଚନ ପ୍ରସ୍ତୁତି । କେବଳ ନେତା ମନ୍ତ୍ରୀ ନୁହେଁ ବରଂ ପୋଲିସ ମଧ୍ୟ ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ସାରିବାକୁ ଏବେଠୁ ପ୍ରସ୍ତୁତି ଆରମ୍ଭ କଲାଣି । ଏହି କ୍ରମରେ ଶନିବାର ଦିନ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ କଟକ ଡିଜି କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ସମସ୍ତ ଏସପିମାନେ ଯୋଗ ଦେଇଥିଲେ । ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ପ୍ରାକ ନିର୍ବାଚନୀ ହିଂସା କିମ୍ବା ନିର୍ବାଚନ ପରବର୍ତ୍ତୀ ସମୟରେ ଘଟୁଥିବା ହିଂସାକୁ କିଭଳି ରୋକାଯାଇ ପାରିବ ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।
କଟକ ଡିଜି କାର୍ଯ୍ୟାଳୟରେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟରେ ନିର୍ବାଚନୀ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଥିଲା । ନିର୍ବାଚନ ପୂର୍ବରୁ ପୋଲିସ ପ୍ରସ୍ତୁତି ନେଇ ଗୁରୁତ୍ୱାରୋପ କରାଯାଇଛି । ନିର୍ବାଚନ ପୂର୍ବରୁ ଓ୍ବାରେଣ୍ଟ ଡ୍ରାଇଭ, ପେସାଦାର ଅପରାଧିଙ୍କ ତାଲିକା ତିଆରି, ନିଜ ଅଞ୍ଚଳର ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିବା, ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀର ଆଇନଶୃଙ୍ଖଳା ପରିସ୍ଥିତି ତଦାରଖ କରିବା ନେଇ ଜିଲ୍ଲା ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଡିପି । ଏଥିସହ ଭିଭିଆଇପି ଓ ଭିଆଇପିଙ୍କ ସୁରକ୍ଷା ପାଇଁ କଣ ସବୁ ବ୍ୟବସ୍ଥା କରାଯାଇଛି ସେସବୁ ବିଷୟରେ ଆଲୋଚନା କରାଯାଇଥିଲା ।
ଏହାମଧ୍ୟ ପଢନ୍ତୁ.. ଓଡିଶା ପୋଲିସ SI ଚୟନ ପ୍ରକ୍ରିୟାରେ ଅନିୟମିତତା, ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ