ନିଆଳି:ଉଗ୍ରରୂପ ନେଲା ପାରିବାରିକ କଳହ। ସାନ ଭାଇକୁ ଆକ୍ରମଣ କଲେ ବଡ ଭାଇର ପରିବାର ଲୋକେ । ଛୁରାମାଡରେ ସାନ ଭାଇ ଗୁରୁତର ହୋଇଥିବା ସୂଚନା। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ପହଙ୍ଗା ପଞ୍ଚାୟତ ବଢେଇ ସାହିରେ । ଗୁରୁତର ଯୁବକ ଜଣଙ୍କୁ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତର କରାଯାଇଛି । ସେହିପରି ନିଆଳିର ଆଉ ଏକ ଅଞ୍ଚଳରେ ଦୁର୍ବୃତ୍ତମାନେ ଜଣଙ୍କ ଘରେ ପଶି ତିନି ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଖବର ସାମ୍ନାକୁ ଆସିଛି । ଏନେଇ ପୋଲିସ ପକ୍ଷରୁ ଛାନଭିନ ଆରମ୍ଭ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ବଢେଇ ସାହିର ସୂର୍ଯ୍ୟମଣି ପରିଡା ଓ ଅମୀୟ ପରିଡ଼ାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗତକାଲି ବଚସା ହୋଇଥିଲା । ଯାହା ପରବର୍ତ୍ତୀ ମୁହୁର୍ତ୍ତରେ ଉର୍ଗରୂପ ଧାରଣା କରିଥିଲା । ଫଳରେ ସୂର୍ଯ୍ୟମଣି ସାନ ଭାଇ ଅମୀୟଙ୍କୁ ଏକ ଛୁରୀରେ ଆକ୍ରମଣ କରିବାରୁ ଗୁରୁତର ହୋଇ ପଡିଥିଲେ ଅମିୟ। ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ସୂର୍ଯ୍ୟମଣି ଓ ତାଙ୍କ ପୁଅ । ପର ମୁହୁର୍ତ୍ତରେ ଅମୀୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।