କଟକ: ଆଜି(ଶୁକ୍ରବାର) ମୁସଲିମ ସମ୍ପ୍ରଦାୟର ବଡ ପର୍ବ ଇଦ୍-ଉଲ୍-ଫିତର । କିନ୍ତୁ କୋରୋନା ମହାମାରୀ ପାଇଁ ଫିକା ପଡିଛି ଏହି ପର୍ବ । ମହାମାରୀ ସାଙ୍ଗକୁ ସାରା ରାଜ୍ୟରେ ଲକଡାଉନ ଲାଗୁ ହୋଇଥିବାରୁ ଘରେ ରହି ପର୍ବକୁ ପାଳିଛନ୍ତି ମୁସଲମାନ ଭାଇ ଭଉଣୀ । ରାଜ୍ୟ ସମେତ ଜିଲ୍ଲାରେ ମଧ୍ୟ ଏହି ପର୍ବ ଫିକା ପଡିଥିବା ଦେଖିବାକୁ ମିଳିଛି ।
ମୁସଲମାନ ଧର୍ମାବଲମ୍ବୀମାନେ ଅନଲାଇନରେ ମାଧ୍ୟମରେ ପରସ୍ପରକୁ ଇଦ ମୁବାରକ ଜଣାଇଛନ୍ତି । ସେହିପରି କୋଭିଡ ଗାଇଡ଼ଲାଇନ ମାନି ମସଜିଦରେ ମୌଲାନଙ୍କ ସମେତ ୫ ଜଣ ନମାଜ ପାଠ କରିଛନ୍ତି । ପୂର୍ବବର୍ଷ କୋଭିଡ ପାଇଁ ଏହି ପର୍ବ ଫିକା ପଡିଥିବା ବେଳେ ଚଳିତବର୍ଷ ମଧ୍ୟ ଫିକା ପଡିଛି । ତେବେ ଆସନ୍ତାବର୍ଷ କୋଭିଡ ସ୍ଥିତି ସୁଧିରୁଲେ ଏହି ପର୍ବକୁ ଧୁମଧାମରେ ପାଳନ କରାଯିବ ବୋଲି ମୁସଲିମ ଶ୍ରଦ୍ଧାଳୁମାନେ ଆଶା ପ୍ରକଟ କରିଛନ୍ତି ।