ଓଡିଶା

odisha

By

Published : Nov 1, 2019, 3:54 AM IST

ETV Bharat / state

ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଉଚ୍ଚଶିକ୍ଷା ମନ୍ତ୍ରୀ

ରେଭେଲ୍ସା ବିଶ୍ବବିଦ୍ୟାଳର ପରିଦର୍ଶନରେ ନଜର ଆସିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ବିଶ୍ବବିଦ୍ୟାଳୟର ଭଲମନ୍ଦ ବୁଝିବା ସହ ସମସ୍ୟା ଉପେର ଧ୍ୟାନ ଦେଇଛନ୍ତି ମନ୍ତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ କୁଳପତି, କୂଳସଚିବଙ୍କ ସମେତ ସମସ୍ତ ବିଭାଗୀୟ ମୁଖ୍ୟଙ୍କ ସହ ଗୁରୁବାର ଆଲୋଚନା କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବିଶ୍ୱବିଦ୍ୟାଳୟର ପରୀକ୍ଷା କିଭଳି ଠିକ୍ ସମୟରେ ହେବ, ପରୀକ୍ଷା ଫଳ ମଧ୍ୟ କିପରି ସଠିକ୍ ସମୟରେ ପ୍ରକାଶ ପାଇବ ସେନେଇ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କ୍ୟାମ୍ପସରେ କିଭଳି ଶୈକ୍ଷିକ ବାତାବରଣ ଅଣାଯିବ ତାକୁ ନେଇ ଗୁରୁତ୍ୱ ଦେବାକୁ ମନ୍ତ୍ରୀ କହିଛନ୍ତି । ତେବେ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ସଙ୍କଟ ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, ଯେହେତୁ ଅଧ୍ୟାପକ ନିଯୁକ୍ତି ପ୍ରସଙ୍ଗରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି ସେଥିପାଇଁ ଏହି ସମସ୍ୟା ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details