କଟକ: ଜିଲ୍ଲାର ନରସିଂହପୁର କମଳାଡିହ ଗ୍ରାମ ପଞ୍ଚାୟତ ବାଲିପୁଟର ମହାନଦୀ କୂଳରେ ଥିବା ସାତକୋଶିଆ ଗଣ୍ଡଠାରେ ଚଳିତ ବର୍ଷ ନୂତନ ଭାବେ ଇକୋ ରିଟ୍ରିଟର ଶୁଭାରମ୍ଭ କରାଯାଇଛି । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭ ଉଦଘାଟନ କରାଯାଇଛି ।
କଟକ ଜିଲ୍ଲାପାଳ ଭବାନି ଶଙ୍କର ଚଇନି, ବିଧାୟକ ଦେବୀ ପ୍ରସାଦ ମିଶ୍ର ବିଧିବଧ ଭାବେ ଫିତା କାଟି ଇକୋ ରିଟ୍ରିଟର ୨୭ ଟି କଟେଜର ଶୁଭାରମ୍ଭ କରିଛନ୍ତି । ମହାନଦୀ କୂଳେ କୂଳେ ଦିବା ଝରଣା, ମନ୍ଦିର ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ଆନନ୍ଦ ନେବେ ପର୍ଯ୍ୟଟକ । ଗତବର୍ଷ କୋଣାର୍କ ଚନ୍ଦ୍ରଭାଗାରେ ଇକୋ ରିଟ୍ରିଟ୍ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ସାତକୋଶିଆ ବାଲିପୁଟ ସମେତ ରାଜ୍ୟର କୋଣାର୍କ, ହୀରାକୁଦ, ଭିତରକନିକା ଓ ଦାରିଙ୍ଗବାଡିରେ ମଧ୍ୟ ଏହା ଆରମ୍ଭ ହୋଇଛି ।