ଓଡିଶା

odisha

ETV Bharat / state

କଟକରେ ଜାପାନ ବିଲ୍ଡିଂ: ପଡିବନି ଭୂକମ୍ପର ପ୍ରଭାବ, ଇଚ୍ଛାହେଲେ ବଦଳାଇପାରିବେ ଡିଜାଇନ୍ - କଟକ ତିଆରି ହେଉଛି ବିଶାଳ ଅଟ୍ଟାଳିକା

କଟକରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ ଭୂକମ୍ପ ନିରୋଧୀ ଅଟ୍ଟାଳିକା । ବିଶେଷ କରି ପାହାଡିଆ ଅଞ୍ଚଳ ଏବଂ ଜାପାନରେ ଏଭଳି ଅଟ୍ଟାଳିକା ନିର୍ମାଣ ଅଧିକ ଦେଖିବାକୁ ମିଳୁଥିବା ବେଳେ ଏବେ କଟକରେ ଦେଖିବାକୁ ମିଳିବ । ଅଧିକ ପଢନ୍ତୁ

କଟକ ତିଆରି ହେଉଛି ବିଶାଳ ଅଟ୍ଟାଳିକା
କଟକ ତିଆରି ହେଉଛି ବିଶାଳ ଅଟ୍ଟାଳିକା

By

Published : Dec 5, 2022, 10:46 PM IST

କଟକ:ଏଣିକି ଭୂକମ୍ପର ପଡିବନି ପ୍ରଭାବ । କାହିଁନା ତିଆରି ହେଉଛି ଭୂକମ୍ପ ନିରୋଧୀ ଅଟ୍ଟାଳିକା । କଟକରେ ନିର୍ମାଣ ଚାଲିଛି ଭୂକମ୍ପ ନିରୋଧୀ ଅଟ୍ଟାଳିକା । ଇଚ୍ଛା ହେଲେ କୁଆଡେ ବି ନେଇ ପାରିବେ ଏହି ଅଟ୍ଟାଳିକାକୁ । କେବଳ ଲୁହାରେ ନିର୍ମାଣ ହେଉଛି ଏହି ଭୂକମ୍ପ ନିରୋଧୀ ଅଟ୍ଟାଳିକା । ଏଥିରେ କୌଣସି ସିମେଣ୍ଟ ପିଲର ଓ ଇଟା ମଧ୍ୟ ବ୍ୟବହରା କରାଯାଇ ନାହିଁ କି କୌଣସି ସିମେଣ୍ଟ ଢ଼ଳେଇ ମଧ୍ୟ ପଡିବ ନାହିଁ। କଟକ ସହରରେ ପ୍ରଥମ ଥର ପାଇଁ ଏହି ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

କଟକ ତିଆରି ହେଉଛି ବିଶାଳ ଅଟ୍ଟାଳିକା

ରାଜା ବଗିଚା ସ୍ଥିତ କଠାଯୋଡ଼ି ନଦୀବନ୍ଧ ନିକଟରେ ଏହି ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ଏବେ ଜୋରସୋରରେ ଚାଲିଛି। କଲିକତା ଓ ଓଡ଼ିଶାର ଶ୍ରମିକ ଏହି ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତିନି ମହଲା ବିଶିଷ୍ଟ ଏହି ଅଟ୍ଟାଳିକା ନିର୍ମାଣ ହେବ। ଯେଉଁଥିରେ ହୋଟେଲ, ରେସ୍ତୋରାଁ ସହିତ ମଣ୍ଡପ ଓ ହୁକାବାରର ମଜା ନେବେ ସହରବାସୀ । ସୁଲଭ ମୂଲ୍ୟରେ କଟକବାସୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଏଭଳି ନୂତନ ଢାଞ୍ଚାରେ ଭୂକମ୍ପ ନିରୋଧୀ ଅଟ୍ଟାଳିକା ନିର୍ମାଣ କରାଯାଉଛି। କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଗଲେ ଏହା ଅଧିକ ଆକର୍ଷଣୀୟ ଦେଖାଯିବ ବୋଲି ଅଟ୍ଟାଳିକାର ମାଲିକ କହିଛନ୍ତି ।



ଭୂମିକମ୍ପ ପ୍ରବଣ ଅଞ୍ଚଳ, ପାହାଡିଆ ଅଞ୍ଚଳ ଏବଂ ଜାପାନରେ ଅଧିକାଂଶ ଏଭଳି ଅଟ୍ଟାଳିକା ନିର୍ମାଣ ହୋଇଥାଏ। କିନ୍ତୁ କଟକରେ ଦେଖିବାକୁ ମିଳିବ ଏହି ଅଟ୍ଟାଳିକା । ଏହା ଏକ ସ୍ଥାନାନ୍ତର ଯୋଗ୍ୟ ଅଟ୍ଟାଳିକା ଇଚ୍ଛା ହେଲେ ଯୁଆଡେ ଚାହିଁବେ ଏହି ଅଟ୍ଟାଳିକାକୁ ନେଇ ପାରିବେ। ଏହା ଦେଖିବାକୁ ସୁନ୍ଦର ଓ ଅଧିକ ମଜବୁତ୍ ହୋଇଥାଏ। ଆବଶ୍ୟକ ପଡ଼ିଲେ ଏହାର ଡିଜାଇନ ମଧ୍ୟ ପରିବର୍ତ୍ତନ କରାଯାଇ ପାରେ।ଏଭଳି ଅଟ୍ଟାଳିକା ନିର୍ମାଣ ପାଇଁ ସାଧାରଣ ଅଟ୍ଟାଳିକା ଠାରୁ ବହୁତ କମ୍ ସମୟ ଲାଗିଥାଏ ।

50 ବର୍ଷରୁ ଅଧିକ ଗ୍ୟାରେଣ୍ଟି ରହୁଥିବା ଏହି ଅଟାଳିକା ବ୍ୟବହୃତ ସମସ୍ତ ସାମଗ୍ରୀର ରିସେଲ ଭ୍ୟାଲୁ ବହୁତ ଭଲ । ବର୍ଷା, ପବନ ଓ ଭୂକମ୍ପ ହେଲେ ମଧ୍ୟ ଏହା ଉପରେ କୌଣସି ଅଧିକ ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ଯନ୍ତ୍ରୀ। ଏହା ଅଟ୍ଟାଳିକା ନିର୍ମାଣ ପଦ୍ଧତିରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ଆଶା କାରାଯାଉଛି । ବଦଳୁଥିବା ସମୟ ଅନୁସାରେ ଏଭଳି ଅଟ୍ଟାଳିକାକୁ ଲୋକେ ଏବେ ଖୁବ୍ ପସନ୍ଦ କରୁଥିବା ବେଳେ ଏହାର ନିର୍ମାଣ ଶୈଳୀକୁ ନେଇ ବଢୁଛି କୌତୁହଳ ।



ଇଟିଭି ଭାରତ, କଟକ

ABOUT THE AUTHOR

...view details