ଓଡିଶା

odisha

ETV Bharat / state

‘ପୂଜା ସମୟରେ ଶୃଙ୍ଖଳା ଓ ଶବ୍ଦ ପ୍ରଦୂଷଣକୁ ଦିଆଯିବ ସର୍ବାଧିକ ଗୁରୁତ୍ବ’ - comcuttack missionerate poice durga puja preparation meeting

ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳାରେ ପୂଜା ପାଳନ କରିବା ପାଇଁ କମିଶନରେଟ ପୋଲିସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି । ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠରେ ଦୁର୍ଗାପୂଜାକୁ କିଭଳି ଶାନ୍ତିଶୃଙ୍ଖଳାରେ ପାଳନ କରାଯିବ ସେ ନେଇ ବିଭିନ୍ନ ପୂଜା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛି କମିଶନରେଟ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Sep 13, 2019, 8:17 AM IST

କଟକ: ଆଗକୁ ଆସୁଛି କଟକ ସହରର ପରିଚୟ, ପ୍ରସିଦ୍ଧ ଦୁର୍ଗାପୂଜା । ଏଥିପାଇଁ ବିଭିନ୍ନ ମଣ୍ଡପରେ ଆରମ୍ଭ ହେଲାଣି ପ୍ରସ୍ତୁତି । ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳାରେ ପୂଜା ପାଳନ କରିବା ପାଇଁ କମିଶନରେଟ ପୋଲିସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି । ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠରେ ଦୁର୍ଗାପୂଜାକୁ କିଭଳି ଶାନ୍ତିଶୃଙ୍ଖଳାରେ ପାଳନ କରାଯିବ ସେ ନେଇ ବିଭିନ୍ନ ପୂଜା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛି କମିଶନରେଟ ପୋଲିସ ।

ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ଏହି ପ୍ରସ୍ତୁତି ବୈଠକରେ ପୋଲିସ କମିଶନରଙ୍କ ସହ କଟକ ଡିସିପି, ଶାନ୍ତି କମିଟିର କର୍ମକର୍ତ୍ତା, ସହରର ସମସ୍ତ ପୂଜା ମଣ୍ଡପର ମୁରବି ମାନେ ଉପସ୍ଥିତ ରହିଥିଲେ । ବୈଠକରେ ସହରର ବିଭିନ୍ନ ସୁରକ୍ଷା ସମସ୍ୟା ସମାଧାନ ଦିଗରେ ଆଲୋଚନା କରାଯାଇଥିଲା । ଭାଇଚାରାର ଏହି ପର୍ବକୁ କିଭଳି ସୂଚାରୁରୂପେ ସମ୍ପାଦିତ କରାଯିବ ସେ ନେଇ ସବିଶେଷ ଆଲୋଚନା କରାଯାଇଥିଲା ।


ତେବେ ଚଳିତ ବର୍ଷ ପୂଜା ସମୟରେ ଜବରଦସ୍ତ ଚାନ୍ଦା ଆଦାୟ ନ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୂଜା ସମୟରେ ତଥା ଭସାଣୀ ସମୟରେ ସାଉଣ୍ଡ ସିଷ୍ଟମ ଉପରେ କଡା ନଜର ରଖିବ ପୋଲିସ ବୋଲି କହିଛନ୍ତି କମିଶନର । ବିଶେଷକରି ଭସାାଣୀ ଉତ୍ସବ ସମୟରେ ଡିଜେ ବାଜିବା ଉପରେ ପୁରା କଟକଣା ଲଗାଯିବ ବୋଲି କମିଶନର କହିଛନ୍ତି । ଭସାଣୀ ସମୟରେ 8 ରୁ ଅଧିକ ବକ୍ସ ନ ଲଗାଇବାକୁ କମିଶନର ପରାମର୍ଶ ଦେଇଛନ୍ତି । ସେହିପରି ପ୍ରତି ପୂଜା ମଣ୍ଡପରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ କରାଯାଇଥିବା କମିଶନର କହିଛନ୍ତି ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details