ଓଡିଶା

odisha

ETV Bharat / state

କଟକରେ ଦୂର୍ଗାପୂଜା ପ୍ରସ୍ତୁତି ବୈଠକ, ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ - ସାରଦୀୟ ଦୁର୍ଗାପୂଜା

ଦୂର୍ଗାପୂଜାକୁ ନେଇ କଟକରେ ଶେଷ ହୋଇଛି ପ୍ରସ୍ତୁତି ବୈଠକ । ପରିମଳ ସହ ରାସ୍ତାଘାଟ ଆଦି ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Sep 14, 2019, 9:06 PM IST

କଟକ: ଆସୁଛି ସାରଦୀୟ ଦୁର୍ଗାପୂଜା । ଆଉ ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସିଲଭରସିଟି । କିନ୍ତୁ ଚଳିତବର୍ଷ ଦୁର୍ଗାପୂଜାରେ ପରିମଳ ବ୍ୟବସ୍ଥା ଉପରେ ଦିଆଯିବ ବେଶ ଗୁରୁତ୍ବ । ପ୍ରତି ପୂଜା କମିଟି ଏହି ନିୟମକୁ ମାନିବାକୁ ବାଧ୍ୟ । କାରଣ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ କଟକ ମୁହାଁ ହେବେ ।

ସିଲଭରସିଟିରେ ଦୂର୍ଗାପୂଜା ପ୍ରସ୍ତୁତି ବୈଠକ

ସେନେଇ ଚଳିତ ବର୍ଷ ଠାରୁ ପ୍ରତି ପୂଜା କମିଟି 2 ଟି ଲେଖାଁଏ ଶୌଚାଳୟର ବନ୍ଦଵସ୍ତ କରିବେ । ଉଭୟ ପୁରୁଷ ଓ ଆଉ ମହିଳା ଙ୍କ ପାଇଁ ସିଏମସି ପକ୍ଷରୁ ଏହି ଶୌଚାଳୟ ନିର୍ମାଣ କରାଯିବ । ଯାହା ସମସ୍ତଙ୍କ ପାଇଁ ଅନୁକୂଳ ହେବ । ଆଉ ପରିବେଶ ସ୍ବଚ୍ଛ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ ଭବାନୀଶଙ୍କର ଚଇନି ।


ତେବେ ଶନିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ଏପରି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । ଏହି ପଦକ୍ଷେପକୁ ଗ୍ରହଣ କରିଛନ୍ତି ସମସ୍ତେ ପୂଜା କମିଟି । ଅନ୍ୟପଟେ ରାସ୍ତା ମରାମତି କାର୍ଯ୍ୟ ମଧ୍ୟ ଯାଥାଶୀଘ୍ର ଶେଷ ହେବ ବୋଲି ସୂଚନା ରହିଛି। ରାସ୍ତା କଡ଼ ବିଜୁଳିବତୀ, ଜଳ ଯୋଗାଣ ସୁବିଧା ମଧ୍ୟ ସହରବାସୀ ପାଇ ପାରିବେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ଅନ୍ୟପଟେ ଏହି ନିଷ୍ପତ୍ତିକୁ ବାହାଘର ବେଳେ ବାଇଗଣ ରୁଆ ବୋଲି କହିଛନ୍ତି ବାରଵାଟି ବିଧାୟକ ମହମ୍ମଦ ମୋକିମ । ତେବେ ହାତରେ ସମୟ କମ ରହିଥିବାରୁ ସବୁ କାମ ଶୀଘ୍ର ସମାପ୍ତ କରାଯିବ । ଆଉ ଆସନ୍ତା ବର୍ଷ ଠାରୁ ଦୁର୍ଗାପୂଜାକୁ ଆଖିରେ ରଖି ଏହି ତମାମ ଅସୁବିଧାକୁ ଯଥା ପୂର୍ବରୁ ସମାପ୍ତ କରାଯିବ ବୋଲି ବୈଠକରେ କୁହାଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details