ଓଡିଶା

odisha

By

Published : Oct 16, 2021, 9:33 PM IST

ETV Bharat / state

ଭଗବାନ ସାଜିଲେ ନିଷ୍ଠୁର ! ଉଜୁଡିଗଲା ବ୍ୟବସାୟ

ନାଁ ରହିଲା ମା’ଙ୍କ ଚମକ ନାଁ ହେଲା ବ୍ୟବସାୟୀଙ୍କ ବେପାର । ବିଗତ ଦୁଇ ବର୍ଷ ମଧ୍ୟରେ ସବୁ କିଛି ଉଜାଡି ଦେଇଛି କୋରୋନା କଟକଣା । ନା ଅଛନ୍ତି ଲୋକେ ନା ହେଉଛି ବ୍ୟବସାୟ । ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଏବେ ସେମିତି ରାସ୍ତା କଡରେ ପଡି ରହୁଛି । ଯାହାକୁ ନେଇ ଅତିଷ୍ଠ ହୋଇଛନ୍ତି କ୍ଷୁଦ୍ର ବ୍ୟବସାୟୀ । ଅଧିକ ପଢନ୍ତୁ...

durga idol immersion business affects on covid19 restriction in cuttack
ଭଗବାନ ସାଜିଲେ ନିଷ୍ଠୁର , ଉଜୁଡିଗଲା ବ୍ୟବସାୟ

କଟକ:କୋରୋନା କଟକଣା ମଧ୍ୟରେ ଚଳିତବର୍ଷ ସରିଛି ପାର୍ବଣ...ଆଉ ମେଲାଣି ନେଇଛନ୍ତି ମା’ । ଭକ୍ତ ଆସିନି ବୋଲି ମା’ଙ୍କ ମୁହଁରେ ଦେଖିବାକୁ ମିଳିନି ଏଥର ସେ ଚମକ । ଏପଟେ ଦୁର୍ଗା ପୂଜା ଆସିଲେ କଟକର ଦେବୀଗଡା ରେ ମୁଣ୍ଡ ଟିକେ ମିନି ବଜାର । ଯେଉଁଠି ମିଳେ କେବଳ ଘର କରଣା । ଦେବୀ ଙ୍କୁ ଶେଷ ଦର୍ଶନ ବେଳେ ଏଠୁ ତମାମ ଘର କରଣା ସାମଗ୍ରୀ କିଣିଥାନ୍ତି ଲୋକେ । ହେଲେ ବିଗତ ଦୁଇ ବର୍ଷ ଧରି ସବୁ କିଛି ଉଜୁଡି ଯାଇଛି । ନା ଅଛନ୍ତି ଲୋକେ ନା ହେଉଛି ବ୍ୟବସାୟ । ଲକ୍ଷ ଲକ୍ଷ ଟଙ୍କାର ସମଗ୍ରୀ ଏବେ ସେମିତି ରାସ୍ତା କଡରେ ପଡି ରହୁଛି । ଯାହାକୁ ନେଇ ଅତିଷ୍ଠ ହୋଇଛନ୍ତି କ୍ଷୁଦ୍ର ବ୍ୟବସାୟୀ।

ଭଗବାନ ସାଜିଲେ ନିଷ୍ଠୁର , ଉଜୁଡିଗଲା ବ୍ୟବସାୟ
ଭଗବାନ ହେଲେ ନିଷ୍ଠୁର । ଉଜୁଡିଗଲା ବ୍ୟବସାୟ । କୋଭିଡ କଲା ସର୍ବସ୍ବାନ୍ତ । ବେପାର ହେଲା ମାନ୍ଦା ଓ ପରିବାର ଚଳିବ କେମିତି । ଏହି କଥା ର ବାସ୍ତବତା ଆପଣ ନିଜେ ଦେଖନ୍ତୁ। କଟକ ଦେବୀଗଡା ନିକଟରେ ଥୁବା ଏହି ମାର୍କେଟ କୁ । ଏହି ମାର୍କେଟ ଏବେକାର ନୁହେଁ । ଶହ ଶହ ବର୍ଷ ପୁରୁଣା । ଯେତେବେଳେ ମାଆ ମେଲାଣି ନେବା ସମୟ ଆସେ ସେତେବେଳେ ଏହି ବାଜର ମୁଣ୍ଡ ତେକେ । କଟକ ସମେତ ଅନ୍ୟ ଜିଲା ରୁ ଖୁଦ୍ର ବ୍ୟବସାୟୀ ମାନେ ଆସି ଏଠି ତମାମ ସାମଗ୍ରୀ ବ୍ୟବସାୟ କରନ୍ତି । ଛୁଞ୍ଚିଠୁ ଶାବଳ , ଏମିତୀକି ସମସ୍ତ ଘର କରଣା ସମଗ୍ରୀ ଏଠାରେ ଉପଲବ୍ଧ ଥାଏ । ଯାହାର ଫାଇଦା ଉଠାନ୍ତି ଦେଖେଣାହାରି । ମା ଦୁର୍ଗା ମେଲାଣି ନେବା ସମୟରେ ଯେଉଁ ଭକ୍ତ ମାନେ ମାଆଙ୍କ ଶେଷ ଦର୍ଶନ କରନ୍ତି ସେମାନେ ଫେରିବା ସମୟରେ ଏହି ବଜାର ରୁ ସୁଲଭ ମୂଲ୍ୟ ରେ କଣିଥାନ୍ତି ସାମଗ୍ରୀ । ଆଉ କମ ଦାମ ରେ ଭଲ ସାମଗ୍ରୀ ପାଇ ବେଶ ଖୁସି ହୋଇଥାନ୍ତି ସମସ୍ତେ । ହେଲେ ଚଳିତବର୍ଷ ସବୁ କିଛି ହୋଇଯାଇଛି ଓଲଟପାଲଟ ।


ଅନ୍ୟପଟେ ଦର୍ଶକ ନଥିବାରୁ ଦେବୀ ଗଡା ବି ଖାଁ ଖାଁ । ପୋଲିସ ବଳୟ ଯୋଗୁ ଦର୍ଶକ ଆସିବା ସାତ ସ୍ୱପ୍ନ ପାଲଟିଛି । ଏହାରି ମଧ୍ୟରେ ସିଧାସଳଖ ପ୍ରଭାବିତ ହୋଇଛନ୍ତି ଏହି ଦେବୀଗଡା ମାର୍କେଟ । ଏହି ଛୋଟ ବେପାରୀ ମାନେ ଏହି ମେଲାଣି ଦିନକୁ ଚାହିଁ ରହିଥାନ୍ତି । କାରଣ ଏହି ଦିନ ବେପାର ଭଲ ହୋଇଥାଏ । କାରଣ କମ ଦାମ ରେ ଭଲ ଘର କରଣା ସମଗ୍ରୀ ଏଠି ଉପଲବ୍ଧ ରହିଥାଏ । ହେଲେ ଚଳିତବର୍ଷ ମୁଣ୍ଡ ରେ ହାତ ଦେଇଛନ୍ତି ବ୍ୟବସାୟୀ ।

ବିକ୍ରି ପାଇଁ ସାମଗ୍ରୀ ପଡିଛି ହେଲେ ନାହାନ୍ତି ଗ୍ରାହକ । କିପରି ହେବ ବ୍ୟବସାୟ ଓ ପରିବାର କିପରି ଚଳିବ ବୋଲି ପ୍ରଶ୍ନ କରିଛନ୍ତି ବ୍ୟବସାୟୀ । ଯେତିକି ସମଗ୍ରୀ କିଣା ହେଉଛି ତାହାର ଅଧା ମଧ୍ୟ ବିକ୍ରି ହେଉନି । ତେବେ ଏପରି ସ୍ଥିତି ଯଦି ଲାଗି ରହେ ତେବେ ଆଗମୀ ଦିନରେ ସ୍ଥିତି କଣ ଯେ ହେବ ତାହା ଏବେଠୁ ବାରି ହୋଇପଡୁଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details