କଟକ:ପଞ୍ଚାୟତ ନିର୍ଵାଚନକୁ ଆଖିରେ ରଖି ଗାଁ ଗଣ୍ଡାରେ ନକଲି ଵିଦେଶୀ ମଦର ଜାଲ ଵିଛା ସରିଲାଣି । କଟକ ଅଵକାରୀ ଫ୍ଲାଇଙ୍ଗ ସ୍କ୍ବାଡ୍ ପ୍ରାୟ ୪ଲକ୍ଷ ଟଙ୍କାର ନକଲି ଵିଦେଶୀ ମଦ ଜଵତ କରିଛି । ଵିଦେଶୀ ମଦର ଵ୍ରାଣ୍ଡକୁ ନକଲି କରି ଶସ୍ତାରେ ଵିକ୍ରି ପାଇଁ ଯୋଜନା କରାଯାଇଥିଲା ବୋଲି ଅଵକାରୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।
ଵୋତଲ ଅସଲି ରହିଥିବାବେଳେ ମାଲ୍ ନକଲି ରହିଛି । ନାମୀ ଦାମୀ ଵ୍ରାଣ୍ଡ ଆଉ ଲୋଗୋ ଲଗାଇ ଚାଲିଥିଲା ଵିଦେଶୀ ମଦର ବେପାର । ସୂଚନା ଅନୁଯାୟୀ, ଗତକାଲି(ରବିବାର) ରାତିରେ ଯାଜପୁରର ଚଢେଇଧରା ନିକଟରେ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡ୍ ଚଢ଼ାଉ କରି ପ୍ରାୟ ୪ଲକ୍ଷ ଟଙ୍କାର ନକଲି ଵିଦେଶୀ ମଦ ଜଵତ କରିଛି ।