କଟକ: କଟକ ବମ୍ପକୁଦରେ କମିଶନରେଟ ପୋଲିସ ଏକ ନକଲି ତେଲ ତିଆରି କାରାଖାନାରେ ଚଢାଉ କରିଛି । ଘଟଣାସ୍ଥଳରୁ 30 ହଜାରରୁ ଅଧିକ ଲିଟର ନକଲି ତେଲକୁ ପୋଲିସ ଜବତ କରିବା ସହ କାରଖାନାକୁ ସିଲ କରିଛି। ଘଟଣାରେ ସଂପୃକ୍ତ 2 ଜଣକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ପୋଲିସ।
ବମ୍ପକୁଦ ଅଞ୍ଚଳରେ ନକଲି ତେଲ ପ୍ରସ୍ତୁତ ହେଉଥିବା ଖବର ପାଇ ସଦର ଥାନା ପୋଲିସ ଚଢ଼ାଉ କରିଥିଲା। କାରଖାନାରୁ 30 ହଜାର ଲିଟରରୁ ଉର୍ଦ୍ଧ୍ବ ନକଲି ତେଲ ଜବତ କରିଛି। ଏଥିସହ ବ୍ୟବହୃତ ହେଉଥିବା ଟ୍ରକ, ତେଲ ପ୍ରସ୍ତୁତ ସାମଗ୍ରୀକୁ ମଧ୍ୟ ଜବତ କରିଛି ପୋଲିସ। ସେହିପରି କାରଖାନାଟିକୁ ମଧ୍ୟ ସିଲ କରାଯାଇଛି। ଏହି କାରଖାନାର ମାଲିକ ଓ ମ୍ୟାନେଜରଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। ବିଶେଷକରି କିଭଳି ଏହା ପ୍ରସ୍ତୁତ କରାଯାଉଥିଲା? କେଉଁଠୁ କଞ୍ଚାମାଲ ଆସୁଥିଲା? ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି? ଆଦି ସମସ୍ତ ଦିଗରେ ତଦନ୍ତ ଚଳାଇଛି କମିଶନରେଟ ପୋଲିସ। ତେବେ ଖୁବ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କଟକ ଡିସିପି କହିଛନ୍ତି।