କଟକ:ଚିନ୍ତା ବଢ଼ାଉଛି ନକଲି ସାମଗ୍ରୀ । ଜଗତପୁର ପରେ ବାଦାମବାଡି ଅଞ୍ଚଳରେ ନକଲି ଘିଅ କାରଖାନା ଠାବ କରିଛି ବାଦାମବାଡି ଥାନା ପୋଲିସ । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
କଟକରେ ପୁଣି ନକଲି ଘିଅ କାରଖାନା ଠାବ, ୨ ଅଟକ ୮ ଟି ରୁମରେ ବେଧଡକ ଭାବେ ଚାଲୁଥିଲା ନକଲି ଘିଅ ବ୍ୟବସାୟ । ବିଭିନ୍ନ କମ୍ପାନୀର ବ୍ରାଣ୍ଡକୁ ବ୍ୟବହାର କରି ପ୍ରସ୍ତୁତ କରାଯାଉଥିଲା ଘିଅ । ଆଉ ଏହି ସବୁକୁ ସହରର ବିଭିନ୍ନ ଦୋକାନକୁ ବିକ୍ରି କରାଯାଉଥିଲା । ଖାଉଟି ବା କିପରି ଜାଣିବେ କେଉଁଟା ଅସଲି କିମ୍ବା ନକଲି। ମାତ୍ର ଘରକୁ ଘିଅ କିଣି ନେଉଥିଲେ ।
ପୋଲିସ ଏହି କାରଖାନା ଉପରେ ଚଢ଼ାଉ କରି ନକଲି ଘିଅ କାରଖାନାର ଫର୍ଦ୍ଦାଫାସ କରିଛି । ସବୁଠାରୁ ବଡ଼ କଥା ହେଉଛି ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ଏସବୁ ପ୍ରସ୍ତୁତ କରାଯାଉଥିଲା । କେବେଠାରୁ ଏହା ପ୍ରସ୍ତୁତ କରାଯାଉଥିଲା ତାହା ବି କାହାକୁ ଜଣାନଥିଲା । ସେହିପରି ଏହି କମ୍ପାନୀର କୌଣସି ରେଜିଷ୍ଟ୍ରେସନ ନଥିଲା । କେବଳ ସେତିକି ନୁହେଁ ନକଲି ଘିଅକୁ ଯେଉଁଥିରେ ପ୍ୟାଂକିଂ କରାଯାଉଥିଲା ସେଥିରେ ବି ଫର୍ଜରି କରାଯାଉଥିଲା । ଅର୍ଥାତ ମାପରେ ଠକି ଗ୍ରାହକଙ୍କୁ ଲୁଟୁଥିଲେ ଏମାନେ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ