କଟକ: କିଛି ଦିନର ବ୍ୟବଧାନ ପରେ ପୁଣି ସିଲଭର ସିଟିରେ ମାତିଛନ୍ତି ଅସାଧୁ ବ୍ୟବସାୟୀ । ପ୍ରତ୍ୟେକ ସାମଗ୍ରୀକୁ ଅପମିଶ୍ରିତ କରି ବଜାରରେ ବିକ୍ରୟ କରାଯାଉଛି । ନକଲି ଘିଅ, ତେଲ, ସସ, ଜର୍ଦ୍ଦା, ଗୁଟୁଖା ପରେ ଏବେ ମାଲଗୋଦାମରେ ବିକ୍ରି ହେଉଛି ନକଲ ଡାଲି । କଟକ ମାଲଗୋଦାମ ଥାନା ପୋଲିସ ଓ ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି(ଗୁରବାର) କଟକ ମାଲଗୋଦାମର ଏକ ଡ଼ାଲି ଗୋଦାମରେ କରାଯାଇଥିଲା ଚଢାଉ । ଚଢାଉ ସମୟରେ ପ୍ରାୟ ୧୦୦ କ୍ୟୁଣ୍ଟାଲ ଅପମିଶ୍ରିତ ହରଡ଼ ଡ଼ାଲି ଜବତ କରାଯିବା ସହ ଜଣକୁ ଗିରଫ କରାଯାଇଛି ।
ମାଲଗୋଦାମରୁ ୧୦୦ କ୍ୟୁଣ୍ଟାଲ ଅପମିଶ୍ରିତ ଡ଼ାଲି ଜବତ, ଜଣେ ଗିରଫ - ମାଲଗୋଦାମରେ ଭେଜାଲ ଡାଲି
ନକଲି ସାମଗ୍ରୀର ହବ ପାଲଟିଛି କଟକ ସହର। ମାଲଗୋଦାମର ଏକ ଡ଼ାଲି ଗୋଦାମରେ ଚଢାଉ । ପ୍ରାୟ 100 କ୍ୟୁଣ୍ଟାଲ ଅପମିଶ୍ରିତ ହରଡ଼ ଡ଼ାଲି ଜବତ । ଅଧିକ ପଢନ୍ତୁ
ମାଲଗୋଦାମରୁ ୧୦୦ କ୍ୟୁଣ୍ଟାଲ ଅପମିଶ୍ରିତ ଡ଼ାଲି ଜବତ, ଜଣେ ଗିରଫ
ମାଲଗୋଦାମରୁ ୧୦୦ କ୍ୟୁଣ୍ଟାଲ ଅପମିଶ୍ରିତ ଡ଼ାଲି ଜବତ, ଜଣେ ଗିରଫ
ତେବେ ଖେସାରୀ ଡ଼ାଲି ଖାଦ୍ୟ ଅନୁପଯୋଗୀ ହୋଇଥିବାରୁ ଏହାର ବିକ୍ରି ଉପରେ କଟକଣା ଲଗାଇଥିଲେ । କିନ୍ତୁ କିଛି ଅସାଧୁ ବ୍ୟବସାୟୀ ଟଙ୍କା ଲୋଭରେ ଡାଲି ସହିତ ଖେସାରୀ ଡ଼ାଲିକୁ ମିଶାଇ ବଜାରରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ପରେ କଟକ ମାଲଗୋଦାମ ଥାନା ପୋଲିସ ଓ ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରେଡ଼ ହୋଇଥିଲା । ତେବେ ଏହି ଘଟଣାରେ ଅନ୍ୟ କେଉଁ ମାନେ ସାମିଲ ଅଛନ୍ତି ସେନେଇ ତଦନ୍ତ କରୁଛି ପୋଲିସ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ