ଓଡିଶା

odisha

ETV Bharat / state

କୁତ୍ରିମ ବନ୍ୟାରେ ଉବୁଟୁବୁ କଟକ ସହର

ଲଗାଣ ବର୍ଷାରେ ବେହାଲ କଟକ ସହର । ଚାରିଆଡେ ଖାଲି ପାଣି ହିଁ ପାଣି । ପାଣି ଯୋଗୁଁ ଲୋକେ କିଭଳି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏନେଇ ଲୋକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ।

By

Published : Sep 28, 2019, 5:20 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ବେହାଲ ସିଲଭରସିଟି । ଚାରି ଆଡ଼େ ଖାଲି ପାଣି ଆଉ ପାଣି । କୁତ୍ରିମ ବନ୍ୟାରେ ଉବୁଟୁବୁ କଟକ ସହରର ବାଉନ ବଜାର ତେପନ ଗଳି । କିନ୍ତୁ ଏହାରି ଭିତରେ ସହରର ପ୍ରବେଶ ପଥ କୁହାଯାଉଥିବା ବାଦାମବାଡ଼ି ରାସ୍ତା ଜଳଘେରରେ । ଆଣ୍ଠୁଏ ଲେଖାଁଏ ପାଣି ଲହଡି ଭାଙ୍ଗୁ ଥିବାରୁ ଲୋକେ ଯାତାୟତରେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

କୁତ୍ରିମ ବନ୍ୟାରେ ଉବୁଟୁବୁ କଟକ ସହର

ଅନ୍ୟପଟେ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି ଜାଇକା ପ୍ରକଳ୍ପ । କାରଣ ଜାଇକା ଯେଉଁ ଭାବରେ ରାସ୍ତାକୁ ଖୋଳି କି ଜଳ ନିଷ୍କାସନ ପାଇଁ ବାଟ କରୁଥିଲା ତାହା ମଧ୍ୟ ଅଧାପନ୍ତରିଆ ଭାବେ ପଡି ରହିଛି । ଫଳରେ ରାସ୍ତାରେ ସୃଷ୍ଟି ହୋଇଛି ବଡ ବଡ ଖାଲ । ଏଥିରେ ପାଣି ଜମି ରହୁଥିବାରୁ ଲୋକଙ୍କ ଅସୁବିଧା ଆହୁରି ବଢି ଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details