ଓଡିଶା

odisha

ETV Bharat / state

ମଦ୍ୟପ ପୁଅକୁ ହତ୍ଯା ପରେ ପୋତିଦେଲେ ବାପା-ଭାଇ

ପାରିବାରିକ କଳହରୁ ହତ୍ୟା ଘଟଣା । ମଦ୍ୟପ ପୁଅକୁ ତା'ର ବାପା ଓ ସାନ ଭାଇ ଆଜକୁ ୪ଦିନ ତଳେ ହତ୍ୟା କରି ଘର ପଛ ପଟେ ପୋତି ଦେଇଥିଲେ । ଏପରି ଚାଞ୍ଚଲ୍ୟ ଘଟଣା ଘଟିଛି ଗୁରୁଡିଝାଟିଆ ଥାନା ଅଞ୍ଚଳରେ ।

ମଦ୍ୟପ ପୁଅକୁ ହତ୍ଯା ପରେ ପୋତିବା ଘଟଣା: ଅଭିଯୁକ୍ତ ବାପାକୁ ଅଟକ, ସାନ ଭାଇ ଫେରାର
ମଦ୍ୟପ ପୁଅକୁ ହତ୍ଯା ପରେ ପୋତିବା ଘଟଣା: ଅଭିଯୁକ୍ତ ବାପାକୁ ଅଟକ, ସାନ ଭାଇ ଫେରାର

By

Published : May 29, 2020, 3:34 PM IST

କଟକ: ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମ ନୂଆ ଶିଆଳ ସାହିରେ ପାରିବାରିକ କଳହରୁ ହତ୍ୟା । ଜଣେ ମଦ୍ୟପ ପୁଅକୁ ତା'ର ବାପା ଓ ସାନ ଭାଇ ଆଜକୁ ୪ଦିନ ତଳେ ହତ୍ୟା କରିବା ପରେ ଘର ପଛପଟେ ଗାତ ଖୋଳି ପୋତି ଦେଇଥିବା ଘଟଣା ଗୁରୁଡ଼ିଝାଟିଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ହତ୍ୟାକାଣ୍ଡର ଶିକାର ଯୁବକ ଜଣକ ହେଉଛନ୍ତି ଶିଆଳ ସାହିର ନରେନ୍ଦ୍ର ଦେହୁରୀଙ୍କ ମଝିଆଁ ପୁଅ କୁନିଆ ଦେହୁରୀ(୨୭) ।

ମଦ୍ୟପ ପୁଅକୁ ହତ୍ୟା କଲା ନିଜ ବାପା ଓ ସାନ ଭାଇ!

ଶୁକ୍ରବାର ଗୁରୁଡ଼ିଝାଟିଆ ପୁଲିସ ଏସମ୍ପର୍କରେ ଖବର ପାଇ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ଏ ସଂକ୍ରାନ୍ତରେ କେସ ନଂ(୬୪/୨୦୨୦)ଆଇପିସି ଦଫା ୩୦୨,୨୦୧/୩୪ ରୁଜୁ କରି ହତ୍ୟାକାଣ୍ଡରେ ସମ୍ପୃକ୍ତ କୁନିଆର ବାପା ନରେନ୍ଦ୍ରକୁ ଥାନାରେ ଅଟକ ରଖି ହତ୍ୟାକାଣ୍ଡ ସମ୍ପର୍କରେ ପଚରାଉଚୁରା କରୁଛି । ତେବେ ଅନ୍ୟତମ ଅଭିଯୁକ୍ତ ନରେନ୍ଦ୍ରଙ୍କ ସାନ ପୁଅ ଚିଟୁଆ ଦେହୁରୀ ଫେରାର ଥିବା ଥାନା ଅଧିକାରୀ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି ।

ପୋଲିସସୂତ୍ରରୁ ମିଳିଥିବା ଖବର ମୁତାବକ, ହତ୍ୟାର ଶିକାର କୁନିଆ ଜଣେ ଅଭ୍ୟାସଗତ ନିଶାଡୀ । ଏହି କାରଣରୁ ତା'ର ସ୍ତ୍ରୀ ବର୍ଷେ ହେଲା ଘର ଛାଡି ବାପ ଘରେ ରହୁଛନ୍ତି । କୁନିଆ ସବୁବେଳେ ନିଶାସକ୍ତ ରହିବାରୁ ତାର ପରିବାରରେ ସର୍ବଦା କଳହ ଲାଗିରହୁଥିଲା ବେଳେ ଗତ ରବିବାର ରାତିରେ ଅନୁରୂପ ଭାବେ ପାରିବାରିକ କଳହ ଘଟିବାରୁ କୁନିଆ ସହିତ ତାର ବାପା ନରେନ୍ଦ୍ର ଓ ସାନ ଭାଇ ଚିଟୁଆ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସାନ ଭାଇ ଚିଟୁଆ ଓ ତାର ବାପା ନରେନ୍ଦ୍ର ଏକ ଟାଙ୍ଗିଆରେ କୁନିଆକୁ ହାଣିବା ସହ ଠେଙ୍ଗାରେ ପିଟି ପିଟି ମାରିଥିଲେ ।

ପରେ କେହି ଜାଣିବା ପୂର୍ବରୁ ଉଭୟ ବାପପୁଅ ମଝିଆ ପୁଅ କୁନିଆର ମୃତଦେହକୁ ଘର ପଛପଟେ ଗାତଖୋଳି ପୋତି ଦେଇଥିଲେ । ଏ ଘଟଣା ନେଇ ଶୁକ୍ରବାର ପୋଲିସ ବିଶ୍ବସ୍ଥ ସୂତ୍ରରୁ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଚି ଖୋଲତାଡ କରିଥିଲା । ଏହା ପରେ ପୋତା ମୃତଦେହକୁ ଜବତ କରିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details