ଓଡିଶା

odisha

ETV Bharat / state

କଟକରେ ଚାଲିଛି ବିଷାକ୍ତ ଔଷଧ କାରବାର, ଖୋଳତାଡ କରୁଛି ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ - କଟକରେ ପୁଣି ନକଲି ଔଷଧ

ଏକ ନାମିଦାମୀ କମ୍ପାନୀର ଔଷଧକୁ ନକଲି କରାଯାଉଥିବା କଥା ସାମ୍ନାକୁ ଆସିବା ପରେ ନକଲି ଔଷଧ (Duplicate Medicine) କାରବାର ଅଭିଯୋଗରେ ଡ୍ରଗ କଣ୍ଟ୍ରୋଲର ବିଭାଗ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଅଧିକ ପଢନ୍ତୁ

କଟକରେ ଚାଲିଛି ବିଷାକ୍ତ ଔଷଧ କାରବାର ,ଖୋଳତାଡ଼ କରୁଛି ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ
କଟକରେ ଚାଲିଛି ବିଷାକ୍ତ ଔଷଧ କାରବାର ,ଖୋଳତାଡ଼ କରୁଛି ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ

By

Published : Sep 8, 2022, 10:15 PM IST

କଟକ:ନକଲି କାରବାରର ପେଣ୍ଠସ୍ଥଳୀ ପାଲଟିଛି କଟକ ସହର । ବେଶ କିଛି ଦିନର ବ୍ୟବଧାନ ପରେ କଟକରେ ପୁଣି ଥରେ ନକଲି ଔଷଧ ଠାବ ହୋଇଛି ।ପୂର୍ବରୁ ଖରାପମାନର ଅନେକ ସାମଗ୍ରୀ ବିକ୍ରି ହେଉଥିବା ଜଣାପଡିଥିବାବେଳେ ଏବେ ନକଲି ଔଷଧ (Duplicate Medicine) କାରବାର ଅଭିଯୋଗରେ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଡ୍ରଗ କଣ୍ଟ୍ରୋଲ ବିଭାଗ(Drug control Administration raids on medicine stockists) ଟିମ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।

ତେବେ ସୂଚନା ଅନୁଯାୟୀ, ଏକ ନାମିଦାମୀ କମ୍ପାନୀର ଔଷଧକୁ ନକଲି କରାଯାଉଥିବା କଥା ସାମ୍ନାକୁ ଆସିଛି । ନକଲି ଔଷଧ କାରବାର ଅଭିଯୋଗରେ ଡ୍ରଗ କଣ୍ଟ୍ରୋଲର ବିଭାଗ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଫଳସ୍ବରୂପ ଚଢାଉ ସମୟରେ ଜବତ ହୋଇଥିବା ଔଷଧର ନମୁନା ସଂଗ୍ରହ କରି ସେଗୁଡ଼ିକୁ ପରୀକ୍ଷା ପାଇଁ ଡ୍ରଗ କଣ୍ଟ୍ରୋଲର ବିଭାଗ ପରୀକ୍ଷାଗାରକୁ ପଠାଇଛି । ତେବେ ପ୍ରାଥମିକ ସ୍ତରରେ ଜବତ ହୋଇଥିବା ଔଷଧଗୁଡ଼ିକ କେବଳ ନକଲି ନୁହେଁ ବରଂ ବିଶାକ୍ତ ବୋଲି ସନ୍ଦେହ ପ୍ରକାଶ କରିଛି ବିଭାଗ । ତେବେ ପ୍ରାଥମିକ ସ୍ତରରେ କଟକର ମାଣିକଘୋଷ ବଜ଼ାର ଅଞ୍ଚଳରେ ଥିବା ଭି ଆର ଦୁର୍ଗା ଏଜେନସି ନାମକ ଏକ ଡିସଟିବୁଟରଙ୍କ ଜରିଆରେ କାରବାର ହୋଇ ଥିବା 15 ଲକ୍ଷ ଟଙ୍କାର ସନ୍ଦିଗ୍ଧ ବିଷାକ୍ତ ଔଷଧ କୁ ବଜାର ରୁ ପ୍ରତ୍ୟାହାର କରାଯାଉ ଥିବା ବିଭାଗ ପକ୍ଷ ରୁ ସୂଚନା ଦିଆଯାଇଛି। ତେବେ ପୂର୍ବରୁ କଟକ ଜଗତପୁରରୁ ଅପମିଶ୍ରିତ ମୃଦୁ ପାନୀୟ କମ୍ପାନୀ ଠାବ ହୋଇଥିବାବେଳେ, ନକଲି କେକ, ଧୂପକାଠି, ଜିଟରଜେନ, ସସ୍ ବିକ୍ରି ହେଉଥିବା ଖବର ସାମ୍ନାକୁ ଆସିଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details