ଓଡିଶା

odisha

ETV Bharat / state

ଶୋଇଛି ଜନସ୍ବାସ୍ଥ୍ୟ ବିଭାଗ, ପାନୀୟ ଜଳ ନାଁରେ ଜହର ପିଉଛନ୍ତି କଟକବାସୀ ! - ସିଲଭର ସିଟି

କଟକ ସହରରେ ପିଇବା ପାଣିର ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ମ୍ୟୁନସିପାଲିଟି ପକ୍ଷରୁ ସହରବାସୀଙ୍କୁ ଯେଉଁ ପାନୀୟ ଜଳ ଯୋଗାଇ ଦିଆଯାଉଛି ତାହା ବ୍ୟବହାର ଅନୁପଯୋଗୀ ବୋଲି ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଜନସ୍ବାସ୍ଥ୍ୟ ବିଭାଗର ଖାମଖିଆଲ ନୀତି, ସିଲଭର ସିଟିରେ ମୁଣ୍ଡ ଟେକିଛି ପାନୀୟ ଜଳ ସମସ୍ୟା
ଜନସ୍ବାସ୍ଥ୍ୟ ବିଭାଗର ଖାମଖିଆଲ ନୀତି, ସିଲଭର ସିଟିରେ ମୁଣ୍ଡ ଟେକିଛି ପାନୀୟ ଜଳ ସମସ୍ୟା

By

Published : Dec 16, 2020, 8:56 PM IST

Updated : Dec 17, 2020, 3:39 PM IST

କଟକ: ଜଳ ହିଁ ଜୀବନ। ଜଳ ବିନା ବଞ୍ଚିବା ଅସମ୍ଭବ। ଜଣେ ବ୍ୟକ୍ତି ପାଇଁ ପ୍ରତ୍ୟକ ଦିନ ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତା ରହିଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ବିଶୁଦ୍ଧ ପାଣି ମିଳିବା ଅସମ୍ଭବ ହୋଇପଡିଲାଣି । କାରଣ କଟକ ସହରରେ ଜନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେହି ତୁଳନାରେ ସହରର ସମସ୍ତ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ମ୍ୟୁନିସପାଲଟି ପାଇଁ ଏକ ପ୍ରକାର ଚାଲେଞ୍ଜ ସୃଷ୍ଟି କରିଛି । ତେବେ ଲୋକମାନେ ବି ଆଉ ମ୍ୟୁନିସପାଲିଟ ଉପରେ ନିର୍ଭର ନକରି ବିଶୋଧନ କାରଖାନାରୁ ପିଇବା ପାଣି କିଣି ପିଉଛନ୍ତି। କିନ୍ତୁ କିଣା ପାଣି ଯେ କେତେ ବିଶୁଦ୍ଧ ତା’ର ମାନ କେହି ବି ଜାଣି ନାହାନ୍ତି। ଯାହାକି ଭବିଷ୍ୟତରେ କେତେ ସମସ୍ୟା ସୃଷ୍ଟି କରିବ ତାହା ନକହିବା ଭଲ ।

ଶୋଇଛି ଜନସ୍ବାସ୍ଥ୍ୟ ବିଭାଗ, ପାନୀୟ ଜଳ ନାଁରେ ଜହର ପିଉଛନ୍ତି କଟକବାସୀ !

ସେହିପରି ପାଣିର ମାନ ଯାଞ୍ଚ ନକରି ପିଇଲେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଏପରିକି ପେଟ ରୋଗ, ଜଣ୍ଡିସ, କିଡିନି ସମସ୍ୟା, ହାଡ ନଷ୍ଟ ହେବା, ଦାନ୍ତ ଉପରେ ପ୍ରଭାବ ପଡିବା ପରି ଅନେକ ସମସ୍ୟା ଦେଖାଯିବ ବୋଲି ଡାକ୍ତର କହିଛନ୍ତି । ଅନ୍ୟପଟେ ଜଳ ବିଶୋଧନ କାରଖାନାରୁ ସହରବାସୀଙ୍କୁ ଯେଉଁ ପାଣି ଯୋଗାଇ ଦିଆଯାଉଛି ତାହାର ମାନ ଯାଞ୍ଚ କରିବାର ଦାୟିତ୍ବ ହେଉଛି ଜନସ୍ବାସ୍ଥ୍ୟ ବିଭାଗର । କିନ୍ତୁ କୌଣସି କାରଖାନାରେ ଏହାର ମାନ ଯାଞ୍ଚ କରାଯାଉନାହିଁ । ଏନେଇ ଜନସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଏହାକୁ ମାନିବାକୁ ନାରାଜ । ଜଳ ବିଶୋଧନ କାରଖାନା ଉପରେ ତାଙ୍କର କୌଣସି କର୍ତ୍ତୃତ୍ବ ନାହିଁ । ଏପରିକି ତାହାର ମାନ ଯାଞ୍ଚ କରିବାକୁ କାହାର ଦାୟିତ୍ବ ବି ସେ ଜାଣିନଥିବା କହିଛନ୍ତି ।

ଉଭୟ ସିଏମସି ଏବଂ ଜନସ୍ଵାସ୍ଥ୍ୟ ବିଭାଗର ସମନ୍ବୟ ଅଭାବରୁ ଜଳ ବିଶୋଧନ କାରଖାନା ଗୁଡିକରେ ଜଳର ମାନ ଯାଞ୍ଚ କରାଯାଉନାହିଁ । ଏହାର ଫାଇଦା ସାଉଁଟୁଛି ଜଳ ବିଶୋଧନ କାରଖାନା ମାଲିକ । ଆଉ ବେଶୀ ପ୍ରଭାବିତ ହେଉଛନ୍ତି ସହରବାସୀ । ତେବେ ସରକାର ଏନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 17, 2020, 3:39 PM IST

ABOUT THE AUTHOR

...view details