ଓଡିଶା

odisha

By

Published : Sep 7, 2019, 12:01 PM IST

ETV Bharat / state

ମଦ ପିଇ ଗାଡି ଚଳାଇବା ପଡିଲା ମହଙ୍ଗା, ଧରିଲା ପୋଲିସ

କଟକ ନୂଆବଜାର ଅଞ୍ଚଳରେ ପାଟ୍ରୋଲିଂବେଳେ ମଦ୍ୟପାନ କରି ଗାଡି ଚଳାଉଥିବା ଯୁବକଙ୍କୁ ମହଙ୍ଗା ପଡିଛି । ଗିରଫ ଅଭିଯୁକ୍ତ କନ୍ଦରପୁର ଥାନା ମତଗଜପୁର ଅଞ୍ଚଳର ରାକେଶ ପଣ୍ଡା ।

ଫାଇଲ ଫଟୋ

କଟକ: ସାରା ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଗାଡି ଚାଳକଙ୍କ ଅବସ୍ଥା ବେହାଲ । ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରପଗଡ ଏବଂ ମୋଟା ଅଙ୍କର ଜୋରିମାନା ଆଦାୟ ସମସ୍ତଙ୍କ ହୋସ୍‌ ଉଡାଇଛି । ଏହି କ୍ରମରେ ଗତକାଲି ଜଣେ ମଦୁଆ ଡ୍ରାଇଭରକୁ ଗିରଫ କରାଯାଇଛି । ଗିରଫ ଡ୍ରାଇଭର ହେଲେ କନ୍ଦରପୁର ଥାନା ମତଗଜପୁର ଅଞ୍ଚଳର ରାକେଶ ପଣ୍ଡା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାନୁସାରେ, ଗତକାଲି କଟକ ନୂଆବଜାର ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା ପୋଲିସ । ଏହି ସମୟରେ ରାକେଶ ଦ୍ରୁତଗତିରେ ଗାଡି ଚଳାଇ ଆସୁଥିଲା । ପୋଲିସ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲା । ପ୍ରଚୁର ମଦ ପିଇଥିବାରୁ ସେ ଠିକ୍ ଭାବରେ ଗାଡି ଚଳାଇପାରୁନଥିଲା । ନୂଆ ନିୟମ ଅନୁସାରେ ମଦ ପିଇ ଗାଡି ଚଳାଇବା ଅଭିଯୋଗରେ ରାକେଶକୁ ଗିରଫ କରିଛି ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details