କଟକ:2023 ଡିସେମ୍ବର ସୁଦ୍ଧା କଟକର ଘରେ ଘରେ ପହଞ୍ଚିବ 24 ଘଣ୍ଟିଆ ପାନୀୟ ଜଳ । ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାର ଉପକୃତ ହେବେ କଟକ ବାସୀ । ଜନସାଧାରଣ tapରୁ ସିଧାସଳଖ ଉଚ୍ଚମାନର ପିଇବା ପାଣି ପାଇବେ । ପିଇବା ପାଣିକୁ ସଂଗ୍ରହ କରି ରଖିବା ଦରକାର ନାହିଁ, କିମ୍ବା ଫିଲଟର୍ କରିବା ମଧ୍ୟ ଆବଶ୍ୟକ ନାହିଁ । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ( drink from tap ) । ତେବେ କିପରି ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ସେନେଇ ଜୋରଦାର ଜାରି ରହିଛି ୱାଟକୋ ବିଭାଗର କାମ ।
350 କୋଟି ଟଙ୍କାର ଅଟକଳରେ ଏହି ସ୍ମାର୍ଟ ଜଳ ଯୋଗାଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି ସରକାର । ଏଯାବତ କଟକରେ 25 ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । କଟକ ସହରକୁ ଯେଉଁ 54 ଟି ଜୋନ ରେ ବିଭକ୍ତ କରାଯାଇଛି । ତାହାକୁ ଷ୍ଟେଜ ବାଇ ଷ୍ଟେଜ କାର୍ଯ୍ୟ ସମ୍ପାଦନ କରାଯିବ । ତେବେ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ଦିଗ ହେଉଛି ଏହି ଯୋଜନାରେ ଜିଆଇଏସ ମ୍ୟାପିଂ ବ୍ୟବସ୍ଥା ମଧ୍ୟ ରଖାଯାଇଛି । ଯାହାଦ୍ୱାରା ସବୁ ୱାର୍ଡକୁ ସଂଯୋଗ କରୁଥିବା କନେକ୍ଟର ଉପରେ ମଧ୍ୟ ନଜର ରଖିପାରିବ ବିଭାଗ । ତେଣୁ ସମ୍ପୂର୍ଣ୍ଣ ରୂପେ 2023 ସୁଦ୍ଧା କଟକର ଘରେ ଘରେ 24 ଘଣ୍ଟିଆ ଜଳ ଯୋଗାଣ ହୋଇପାରିବ ବୋଲି କହିଛନ୍ତି ବିଭାଗୀୟ ମ୍ୟାନେଜର ।