ଓଡିଶା

odisha

ETV Bharat / state

ଏନକାଉଣ୍ଟର ପରେ ଚାଲିଛି ମଙ୍ଗୁର ଚିକିତ୍ସା, ଅନେକ ଡକାୟତି ମାମଲାରେ ଥିଲା ସମ୍ପୃକ୍ତ

କୁଖ୍ୟାତ ଅପରାଧୀ ମଙ୍ଗୁକୁ ଏନକାଉଣ୍ଟର କରିଛି ପୋଲିସ। କଟକ ବଡ଼ ମେଡିକାଲରେ ତା'ର ଚିକିତ୍ସା ଜାରି ରହିଛି। ଅଧିକ ପଢନ୍ତୁ

dreaded criminal mangu injured
କୁଖ୍ୟାତ ଅପରାଧୀ ମଙ୍ଗୁକୁ ଏନକାଉଣ୍ଟର ଘଟଣା

By ETV Bharat Odisha Team

Published : Sep 16, 2023, 8:52 PM IST

କୁଖ୍ୟାତ ଅପରାଧୀ ମଙ୍ଗୁକୁ ଏନକାଉଣ୍ଟର ଘଟଣା

କଟକ:କୁଖ୍ୟାତ ଅପରାଧୀ ମଙ୍ଗୁକୁ ଏନକାଉଣ୍ଟର ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର। ମଙ୍ଗୁ ନାଁରେ ପୂର୍ବରୁ କେବଳ ଯେ ଅନେକ ଡକାୟତି ମାମଲା ରହିଥିଲା। ଗତ ୬ ତାରିଖରେ କନ୍ଦରପୁର ନିକଟସ୍ଥ ମତ୍ତଗଜପୁରଠାରେ ସଶସ୍ତ୍ର ଡକାୟତି ଘଟଣାରେ ମଧ୍ୟ ମଙ୍ଗୁ ସାମିଲ ଥିଲା। ତା'ର ସହଯୋଗୀ ସହ ମିଶି ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଏବଂ ସୁନା ଲୁଟି ନେଇଥିଲା। ଏନେଇ ଅଭିଯୋଗ ପରେ ପୋଲିସ ଏହାର ତଦନ୍ତ କରିଥିଲା। ସ୍ଥାନୀୟଲୋକଙ୍କୁ ପଚରାଉଚରା କରିବା ସହ ଅନେକ ଅପରାଧୀଙ୍କୁ ବି ଏହି ଘଟଣାରେ ପଚରାଉଚରା କରିଥିଲା ପୋଲିସ।

ଡିସିପି ପିନାକ ମିଶ୍ର କହିଛନ୍ତି, "ମଙ୍ଗୁ ଏହି ସଶସ୍ତ୍ର ଡକାୟତି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଜାଣିବାକୁ ମିଳିଥିଲା । ଏହି ଘଟଣାରେ ମଙ୍ଗୁକୁ ଧରିବା ପାଇଁ କଟକ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିଲା। ଗତକାଲି ମଙ୍ଗୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ନେଇ ଖବର ପାଇ ଚଢ଼ାଉ କରିବା ସମୟରେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା ମଙ୍ଗୁ। ଆଉ ନିଜକୁ ସୁରକ୍ଷିତ ରଖିବା ପାଇଁ ପୋଲିସ ପାଲଟା ଗୁଳି ଚାଳନା କରିଥିଲା। ତେବେ ପୋଲିସର ଗୁଳି ମଙ୍ଗୁର ବାମ ଜଙ୍ଘରେ ବାଜିବାରୁ ସେ ଆହତ ହୋଇଥିଲା। ମଙ୍ଗୁକୁ କାବୁ କରିବା ପରେ କଟକ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।"

ଏହା ବି ପଢନ୍ତୁ...ମତଗଜପୁରରେ ଆତଙ୍କ, ବନ୍ଧୁକ ଦେଖାଇ ଲୁଟି ନେଲେ ଦୁବୃର୍ତ୍ତ



ସୂଚନା ଅନୁସାରେ, କଟକ କନ୍ଦରପୁର ନିକଟ ମତ୍ତଗଜପୁରଠାରେ ସଶସ୍ତ୍ର ଡକାୟତି ହୋଇଥିଲା । ଫାଙ୍କା ଗୁଳିଚଳାନା କରି ବିକାଶ ପାତ୍ର ନାମକ ଜଣେ ସୁନା ବ୍ୟବସାୟୀଙ୍କଠାରୁ ପ୍ରାୟ 5 ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ସହ 25 ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା । ଖବର ପାଇ କନ୍ଦରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏକ ବାଇକ ଯୋଗେ ମତ୍ତଗଜପୁର ଦେଇ ବ୍ୟବସାୟ କରିବା ପାଇଁ ସ୍ଥାନୀୟ ଅଞ୍ଚଳକୁ ଯାଉଥିବାବେଳେ 3ଟି ଦୁଇ ଚକିଆ ଯାନରେ ଆସିଥିବା 4 ଜଣ ଦୃବୃର୍ତ୍ତ ତାଙ୍କୁ ଅଟକାଇବା ସହ 4 ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ। ଏହାପରେ ବିକାଶଙ୍କୁ ଭୟଭୀତ କରାଇ ତାଙ୍କ ପାଖରେ ଥିବା ସୁନା ଅଳଙ୍କାର ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଖବର ପାଇ କନ୍ଦରପୁର ପୋଲିସ ଓ ସ୍ପେସାଲ ସ୍କାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details