ଓଡିଶା

odisha

ETV Bharat / state

Police Encounter: କଟକରେ ଏନକାଉଣ୍ଟର, ଗୁଳି ଖାଇଲା ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ, ଏସସିବିରେ ଭର୍ତ୍ତି

କଟକ ଭୁଆସୁଣି ପଠାରେ ଏନକାଉଣ୍ଟର । ପୋଲିସ ଗୁଳିରେ ଅଭିଯୁକ୍ତ ଆହତ ହୋଇଥିବା ବେଳେ ଏସସିବିରେ ଭର୍ତ୍ତି । ଅଧିକ ପଢନ୍ତୁ

encounter in Bhuasuni Cuttack
encounter in Bhuasuni Cuttack

By

Published : Mar 2, 2023, 10:33 PM IST

Updated : Mar 3, 2023, 8:47 AM IST

encounter in Bhuasuni Cuttack

କଟକ:ଜିଲ୍ଲାର ଭୁଆସୁଣି ପଠାରେ ଏନକାଉଣ୍ଟର । ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡରେ ଅଭିଯୁକ୍ତର ସମ୍ପୃକ୍ତି ଥିବା ଜଣାପଡ଼ିଛି । ଅଭିଯୁକ୍ତ ଓ ତାର ସାଥୀ ଭୁଆସୁଣି ପଠାରେ ଆଡ୍ଡା ଜମାଇଥିବା ବେଳେ ସ୍ପେଶାଲ ସ୍କ୍ବାର୍ଡ ଓ ବିଡାନାସୀ ଥାନା ମିଳିତ ଭାବେ ଚଢ଼ାଉ କରି ଗୁଳି ଚାଳନା କରିଥିଲା । ଅଭିଯୁକ୍ତକୁ ଚିକିତ୍ସା ଲାଗି ବଡ ମେଡିକାଲ ଏସସିବିରେ ଭର୍ତ୍ତି କରାଯାଇଛି । ଏନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

ଅଭିଯୁକ୍ତ ଜଣକ ରାଣୀହାଟ ଗୋପାଳ ସାହିର ଦୀପକ ନାୟକ ଓରଫ ଶଙ୍କର । ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଓ ତାର ସାଥୀ ଭୁଆଶୁଣି ପଠାରେ ଆଡ୍ଡା ଜମାଇଥିଲେ । ବିଶେଷ ସୂତ୍ରରୁ ପୋଲିସ ଖବର ପାଇବା ପରେ ସ୍ପେଶାଲ ସ୍କ୍ବାର୍ଡ ଓ ବିଡାନାସୀ ଥାନା ମିଳିତ ଭାବେ ଚଢ଼ାଉ କରିଥିଲା । ପରେ ଅଭିଯୁକ୍ତ ପୋଲିସ ଉପରକୁ ଗୁଳି ଚଳାଇଥିବା ବେଳେ ନିଜର ଆତ୍ମରକ୍ଷା ପାଇ ପୋଲିସ ପାଲଟା ଗୁଳି ଚଳାଇଥିଲା । ଅଭିଯୁକ୍ତ ଦୀପକର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାକୁ ଏସସିବିରେ ଭର୍ତ୍ତି କରାଯାଇଛି । ତେବେ ଅନେକ ଦିନର ଵ୍ୟଵଧାନ ପରେ କଟକରେ ଏନକାଉଣ୍ଟର ହୋଇଛି ।

ଏହା ବି ପଢନ୍ତୁ- ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ୨ ଲୁଟେରାକୁ ବାନ୍ଧିଲା କ୍ୟାଣ୍ଟନମେଣ୍ଟ ଥାନା ପୋଲିସ

ପୋଲିସ ଗୁଳିରେ ଅପରାଧୀ ଆହତ ହୋଇଛି । ରାଣୀହାଟ ଗୋପାଳ ସାହିର ଦୀପକ ନାୟକକୁ ଏନକାଉଣ୍ଟର କରିଛି ସ୍ପେଶାଲ ସ୍କ୍ବାର୍ଡ। ଏ ନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଦୀପକଙ୍କର ସ୍ବାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିଲା ଘଟଣା ସ୍ଥଳରେ ପୋଲିସ ମୁତୟନ ରହିଛନ୍ତି । ଅନ୍ୟପଟେ ଏସିବି ବଡ଼ ମେଡିକାଲରେ ପୋଲିସର କଡ଼ନ ରହିଛି । ତେବେ ଡିସିପିଙ୍କ କହିବାନୁସାରେ ଦୀପକଙ୍କ ନାଁରେ ବନ୍ଧୁକ କାରବାର, ହତ୍ୟାକାଣ୍ଡ ଡକାୟତି ମାମଲା ରହିଛି । ଏନକାଉଣ୍ଟର ସମୟରେ ଗୁଳି, ବନ୍ଧୁକ ଏକ ଅଟୋ ମଧ୍ୟ ଜବତ କରିଛି ପୋଲିସ ।

ତେବେ ଏହି ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ତେବେ ଦୀର୍ଘ ଦିନ ଧରି ଦୀପକକୁ ଟ୍ରାକ କରୁଥିଲା ପୋଲିସ । ଆଜି ଖବର ପାଇ ଭୁଆଶୁଣି ପଠା ନିକଟରେ ଦୀପକଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ । ତେବେ ଏସିବିରେ ଚିକିତ୍ସା ଜାରି ରହିଥିଲା ବେଳେ ଦୀପକଙ୍କୁ ସର୍ଜରି ବିଭାଗକୁ ସ୍ଥାନାନ୍ତରିତ କରାଯିବା ନେଇ ମେଡିକାଲ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, କଟକ

Last Updated : Mar 3, 2023, 8:47 AM IST

ABOUT THE AUTHOR

...view details