ଓଡିଶା

odisha

ETV Bharat / state

ସିଡିଏ ରାସ୍ତାରେ ଲହଡି ମାରୁଛି ସ୍ୱରେଜ ପାଣି, ହନ୍ତସନ୍ତ ଲୋକେ - ଘର ସମ୍ମୁଖରେ ଜମି ରହିଛି ସ୍ୱରେଜ ର ନର୍ଦ୍ଦମା ପାଣି

ସିଡିଏ 8 ନମ୍ବରରେ ଥିବା ଘର ସମ୍ମୁଖରେ ଯାଇଥିବା ସ୍ବରେଜ ଲାଇନ ପାଣି ପାଇପ ଲିକ ହୋଇ ରାସ୍ତାରେ ଭାସୁଛି ପାଣି। ଏନେଇ ଘଟଣା ସ୍ଥଳ ସମୀକ୍ଷା ପରେ ସ୍ୱରେଜ ଲାଇନ ସଫା କାର୍ଯ୍ୟ ଆରମ୍ଭ ହୋଇଛି। ଅଧିକ ପଢନ୍ତୁ

drainage water floating
drainage water floating

By

Published : Feb 3, 2023, 5:06 PM IST

ସିଡିଏ ରାସ୍ତାରେ ଲହଡି ମାରୁଛି ସ୍ୱରେଜ ପାଣି

କଟକ: ଘର ସମ୍ମୁଖରେ ଜମି ରହିଛି ସ୍ୱରେଜର ନର୍ଦ୍ଦମା ପାଣି । ଦୁର୍ଗନ୍ଧମୟ ପରିବେଶରେ ରହିବା ଅସମ୍ଭବ ହୋଇ ପଡିଛି । ସେ ସକାଳ ହେଉ କି ସନ୍ଧ୍ୟା ସବୁବେଳେ ଏହି ନର୍ଦ୍ଦମା ପାଣି ସତେ ଯେମିତି ସିଡିଏ ସେକ୍ଟର ଆଠର ବାସିନ୍ଦାଙ୍କୁ ନିର୍ଯାତନା ଦେଉଛି । ବିଡାନାସୀ ବା ସାଟେଲାଇଟ ସିଟିରେ ରହିବାର ସ୍ବପ୍ନ ଦେଖିଥିଲେ ସ୍ଥାନୀୟ ବାସିନ୍ଦା। ହେଲେ ଘର ସମ୍ମୁଖରେ ଲହଡି ମାରୁଥିବା ଏହି ନର୍ଦ୍ଦମା ପାଣି ଚଳିବାରେ ସମସ୍ୟା ସୃଷ୍ଟି କରିଛି । ତେବେ 1984 ମସିହାରେ ଅଭିନବ ବିଡାନାସୀ ବା ସିଡିଏ ସାଟେଲାଇଟ ସିଟିର ହୋଇଥିଲା ପରିକଳ୍ପନା । ଜାନକୀବଲ୍ଲଭ ମୁଖ୍ୟମନ୍ତ୍ରୀ ଓ ବସନ୍ତ ବିଶ୍ବାଳ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଥିବା ବେଳେ ଆରମ୍ଭ ହେଇଥିଲା ଉଦ୍ୟମ । ଯାହାକୁ ନେଇ ଜନସାଧାରଣ ବେଶ ଖୁସି ହୋଇ ସିଡିଏରେ ଯାଗା ଖଣ୍ଡେ କିଣି ଘର ଟିଏ କରିଥିଲେ ହେଲେ । ଏବେ ଭୋଗୁଛନ୍ତି ଦୁର୍ଦ୍ଦଶା। ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁ ନଥିବାରୁ ନିରାଶ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା ।

ଅନ୍ୟପଟେ ଆଜି ଏହି ଘଟଣା ସ୍ଥଳ ବୁଲି ଦେଖିବା ସହ କିପରି କାର୍ଯ୍ୟ ଶୀଘ୍ର ଶେଷ ହେବ ସେନେଇ ସ୍ପଷ୍ଟ କରିଛନ୍ତି ମେୟର । ଗତକାଲିଠୁ ସିଡିଏ 8 ନମ୍ବର ରାସ୍ତା ଉପରେ ଲହଡି ମାରୁଛି ସ୍ବରାଜ ପାଣି । ଯାହାକୁ ନେଇ ଅନେକ ଅସୁବିଧା ଉପୁଜିଛି। ଜନସଂଖ୍ୟା ଆଧାରରେ ଗତ ବର୍ଷ ତୁଳନାରେ ସିଡିଏରେ ବଢିଛି ଜନସଂଖ୍ୟା ସେଥିପାଇଁ ଏହି ଅସୁବିଧା ଉପୁଜିଛି । ଏହାର ସ୍ଥାୟୀ ସମାଧାନ ପାଇଁ ଆଜି ସମସ୍ତ ଦିଗକୁ ସମୀକ୍ଷା କରଯାଇଛି । କେବଳ ପେଟାନାଳର ଉନ୍ନତିକରଣ କାର୍ଯ୍ୟ ପାଇଁ ସ୍ୱରେଜ ଜଳ ଓଭରଫ୍ଲୋ ହୋଇ ରାସ୍ତା ଉପରକୁ ଆସିଯାଇଛି । ତେବେ ଏହାର ସମାଧାନ ଖୁବଶୀଘ୍ର କରାଯିବ ବୋଲି କହିଛନ୍ତି ମେୟର ସୁବାସ ସିଂ।

ତେବେ ଗତକାଲିଠୁ ସିଡିଏ 8 ନମ୍ବରରେ ଥିବା ଘର ସମ୍ମୁଖରେ ଯାଇଥିବା ସ୍ବରେଜ ଲାଇନ ପାଣି ପାଇପ୍‌ ଲିକ ହୋଇ ରାସ୍ତାରେ ଭାସୁଛି ପାଣି । ପାଣିରୁ ଏଭଳି ଦୁର୍ଗନ୍ଧ ବାହାରିବା ଦ୍ବାରା ଘରୁ ବାହାରି ପାରୁ ନାହାନ୍ତି ସ୍ଥାନୀୟ ବାସିନ୍ଦା । ଏନେଇ ଆଜି ଘଟଣା ସ୍ଥଳ ସମୀକ୍ଷା ପରେ ସ୍ୱରେଜ ଲାଇନ ସଫା କାର୍ଯ୍ୟ ଆରମ୍ଭ ହୋଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details