ଓଡିଶା

odisha

ETV Bharat / state

ପାଠକଙ୍କ ମନେର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରଛନ୍ତି ଡଃ ତ୍ରିନାଥ ପଟ୍ଟନାୟକ, ୨୦୦ରୁ ଊର୍ଦ୍ଧ୍ବ ପୁସ୍ତକର ରଚୟତା - ଡଃ ତ୍ରିନାଥ ପଟ୍ଟନାୟକ

ସାହିତ୍ୟିକ ଓ ଗବେଷକ ଡଃ ତ୍ରିନାଥ ପଟ୍ଟନାୟକ । ୨୦୦ ରୁ ଉର୍ଦ୍ଧ୍ବ ବହି ଲେଖିବା ଏବଂ ଗବେଷଣା କ୍ଷେତ୍ରରେ ସୃଷ୍ଟି କରଛନ୍ତି ନିଜର ସ୍ବତନ୍ତ୍ର ସ୍ଥାନ ।‌ ଅଧିକ ପଢ଼ନ୍ତୁ

ସାହିତ୍ୟିକ ଓ ଗବେଷକ ଡଃ ତ୍ରିନାଥ ପଟ୍ଟନାୟକ
ସାହିତ୍ୟିକ ଓ ଗବେଷକ ଡଃ ତ୍ରିନାଥ ପଟ୍ଟନାୟକ

By

Published : Apr 30, 2023, 5:39 PM IST

ସାହିତ୍ୟିକ ଓ ଗବେଷକ ଡଃ ତ୍ରିନାଥ ପଟ୍ଟନାୟକ

ନିଆଳି:ଆଗ୍ରହ ଥିଲେ ସବୁ କିଛି ସମ୍ଭବ ।‌ ପ୍ରମାଣିତ କରି ଦେଖାଇଛନ୍ତି ଆଗଧାଡିର ସାହିତ୍ୟିକ, ସମ୍ଭକାର ଓ ଗବେଷକ ଡଃ ତ୍ରିନାଥ ପଟ୍ଟନାୟକ । ପିତା, ମାତାଙ୍କ ଆର୍ଶୀବାଦ ଓ ଅଦ୍ୟମ ଇଚ୍ଛାଶକ୍ତି ବଳରେ ଘରେ ଘରେ ପରିଚିତ ହୋଇପାରିଛନ୍ତି ଡଃ ତ୍ରିନାଥ ପଟ୍ଟନାୟକ । ଶତାଧିକ ବହି ଏବଂ ପ୍ରତିମାସରେ ତିନୋଟି ମାସିକ ପତ୍ରିକା ଲେଖି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୭୨ ବର୍ଷରେ ବି ଥକି ନାହାଁନ୍ତି ସେ ।

୧୯୭୫ରେ ଲଳିତ ବସନ୍ତ ଅଭିଷାଳ, କବିତା ବହିଲେଖି ରାତାରାତି ନିଜର ପରିଚୟ ସୃଷ୍ଟି କରିଥିଲେ । ଉକ୍ତ ବହିଟି ଲାଇବ୍ରେରୀ କଂଗ୍ରେସ ଅଫ ଆମେରିକାରେ ସ୍ଥାନ ପାଇଥିଲା । ଡ.ତ୍ରିନାଥ ହିନ୍ଦୀ, ସଂସ୍କୃତ ଶିକ୍ଷାରେ ପି.ଏଚ୍.ଡି ଲାଭ କରିଛନ୍ତି । ତ୍ରିନାଥ ମୋଟ ୨୦୦ ଖଣ୍ତରୁ ଅଧିକ ବହି ଲେଖି ସାରିଛନ୍ତି । ତାଙ୍କ ଦ୍ବାରା ପ୍ରତିମାସରେ ମାସିକ ପତ୍ରିକା ଭାବରେ ପୁରାଣ ପତ୍ରିକା, ଅଲୌକିକ ଶକ୍ତି ଓ ଧର୍ମପଦ ପତ୍ରିକା ପ୍ରକାଶିତ ହେଉଛି । ଜ୍ଞାନବିଜ୍ଞାନ, ଧର୍ମ, ଶରୀର, ସ୍ବାସ୍ଥ୍ୟ, ପୁରାଣ, ଗ୍ରନ୍ଥାବଳୀ, କାବ୍ୟକବିତା, ଉପନ୍ୟାସ, ଗଳ୍ପ ରଚନା କରିଛନ୍ତି ।

ତ୍ରିନାଥ ପଟ୍ଟନାୟକଙ୍କ କଲମ ମୂନରୁ କିଛି କାବ୍ୟ କବିତା:ଗ୍ରନ୍ଥାବଳୀ ମଧ୍ୟରୁ କାଳିଦାସ, କବିସୂର୍ଯ୍ୟ, ରାଧାନାଥ, ଯଦୁମଣି, ଦୀନକୃଷ୍ଣ ଅନ୍ୟତମ । ସେହିପରି ଉପନ୍ୟାସ ଗଳ୍ପ ମଧ୍ୟରୁ ଚନ୍ଦ୍ରକାନ୍ତ, ଡାହାଣୀ ଆଖିରେ ଲୁହ, ମୋତେ ସତ ତୁମକୁ ମିଛ, ଦଗ୍ଧ ଗୋଲାପର କଥା, ଚୋରା ପୀରତିର ପ୍ରଣୟ କଥା, ଯୋଗୀନିର ତନ୍ତ୍ର ରହସ୍ୟ । ଏମିତି ଅନେକ ବହିର ଲେଖକ ଡଃ ତ୍ରିନାଥ ପଟ୍ଟନାୟକ । ୨୦୦ରୁ ଊର୍ଦ୍ଧ୍ବ ବହି ଲେଖି ନିଜର ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି ।

ଐତିହାସିକ ପ୍ରାଚୀ ଏବଂ ବହୁ ପ୍ରାଚୀନ କୀର୍ତ୍ତିରାଜି ଉପରେ ମଧ୍ୟ ଗବେଷଣା କରିଛନ୍ତି । ତ୍ରିନାଥ ରାଜ୍ୟ ଓ ରାଜ୍ୟ ବାହାରୁ ସରକାରୀ ଓ ବେସରକାରୀ ସ୍ତରରେ ସମ୍ମାନିତ ହୋଇଛନ୍ତି । ତ୍ରିନାଥ ୧୯୭୬ ମସିହାରୁ ଡଃ ତ୍ରିନାଥ ଲଗାତର ଭାବରେ ୩୦୦ ଶହରୁ ଊର୍ଦ୍ଧ୍ବ ଅନୁଷ୍ଠାନରୁ ପୁରସ୍କୃତ ହୋଇ ସାରିଲେଣି । କଟକ ଜିଲ୍ଲା ନିଆଳି ବ୍ଳକର ଆଲୋକ ନଗର ରହୁଥିବା ଡ଼ଃ ତ୍ରିନାଥ ପଟ୍ଟନାୟକଙ୍କ ଧର୍ମପତ୍ନୀ ଛାୟା ପୂରବୀ ପଟ୍ଟନାୟକ ମଧ୍ୟ କୌଣସି ଗୁଣରେ କମ୍ ନୁହନ୍ତି । ସ୍ବାମୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ବହି ଲେଖି ପାଠକଙ୍କ ଆଦୃତ ଲାଭ କରି ସାରିଲେଣି ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details