କଟକ: ଥମୁନି ପଶ୍ଚିବଙ୍ଗ ଡାକ୍ତରଙ୍କ ଆନ୍ଦୋଳନ । ସାରାଦେଶରେ ଡାକ୍ତର ଏବେ ଆନ୍ଦୋଳନ ମୁହାଁ । ପ୍ରତିଦିନ ଏହି ଘଟଣାଟି ନୂଆ ମଡ଼ ନେଉଛି । ଗତ 10 ତାରିଖରେ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଓଡିଶା ଡାକ୍ତର ସଂଘ ।
ଏହାକୁ ବିରୋଧ କରି ଆଜି (ଶନିବାର) ସାରା ରାଜ୍ୟରେ ଡାକ୍ତରମାନେ ପ୍ରତିବାଦ କରିଥିବା ବେଳେ କଟକରେ ମଧ୍ୟ ଡାକ୍ତରମାନେ ଏହି ଘଟଣାକୁ ପ୍ରତିବାଦ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ଡାକ୍ତର କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି । ଡାକ୍ତରମାନେ ନିଜ କାର୍ଯ୍ୟରେ ଯୋଗ ଦେଇ ଏଭଳି ପ୍ରତିବାଦ କରିଛନ୍ତି ।