ଓଡିଶା

odisha

ETV Bharat / state

କୋଭିଡ ଗାଇଡଲାଇନ ନେଇ ପ୍ରତିକ୍ରିୟା ରଖିଲେ ଡିଏମଇଟି ନିର୍ଦ୍ଦେଶକ - covid awareness

ରାଜ୍ୟରେ କୋରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । ଅଧିକ ପଢନ୍ତୁ...

କୋଭିଡ ଗାଇଡଲାଇନ ନେଇ ପ୍ରତିକ୍ରିୟା ରଖିଲେ ଡିଏମଇଟି ନିର୍ଦ୍ଦେଶକ
କୋଭିଡ ଗାଇଡଲାଇନ ନେଇ ପ୍ରତିକ୍ରିୟା ରଖିଲେ ଡିଏମଇଟି ନିର୍ଦ୍ଦେଶକ

By

Published : Feb 28, 2021, 7:13 PM IST

Updated : Feb 28, 2021, 9:39 PM IST

କଟକ:ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କୋରୋନା ସ୍ଥିତି ଭଲ ରହିଛି । ତେବେ ଇତିମଧ୍ୟରେ ଶନିବାର ଦିନ ମାର୍ଚ୍ଚ ମାସର ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ବିଶେଷକରି ଫେବୃଆରୀ ମାସର ସମସ୍ତ ଗାଇଡଲାଇନକୁ ମାର୍ଚ୍ଚ ମାସରେ ବଳବତ୍ତର ରଖାଯାଇଥିଲେ ମଧ୍ୟ ଯାତ୍ରାକୁ ଅନୁମତି ଦିଆଯାଇଛି ।

କୋଭିଡ ଗାଇଡଲାଇନ ନେଇ ପ୍ରତିକ୍ରିୟା ରଖିଲେ ଡିଏମଇଟି ନିର୍ଦ୍ଦେଶକ

କୋଭିଡ ନିୟମ ମାନି ଅତି ବେଶୀରେ 2 ହଜାର ଦର୍ଶକଙ୍କୁ ନେଇ ଯାତ୍ରା ମଞ୍ଚସ୍ଥ ହୋଇପାରିବ ବୋଲି ନିର୍ଦ୍ଦେଶ ରହିଛି । ତେବେ କୋଭିଡ ଯୋଗୁଁ ଯାତ୍ରା ଜଗତ ବିଶେଷ ଭାବେ ପ୍ରଭାବିତ ହୋଇଥିଲା ଏବଂ ବର୍ତ୍ତମାନ ମଧ୍ୟ ପରିସ୍ଥିତିରେ ପରିବର୍ତ୍ତନ ଆସିନଥିବାରୁ ଯାତ୍ରା ଜଗତ ସହିତ ଜଡିତ ଥିବା ଲୋକଙ୍କ ସ୍ଥିତିରେ ସୁଧାର ଆଣିବା ପାଇଁ ଏହି ଅନୁମତି ଦିଆଯାଇଥିବା କହିଛନ୍ତି ଡିଏମଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି ।

ସେପଟେ କୋରୋନା ଆଶଙ୍କା ବୟସ୍କ ବ୍ୟକ୍ତିଙ୍କ ନିକଟରେ ଅଧିକ ଥିବାରୁ ଆସନ୍ତାକାଲିଠାରୁ ବରିଷ୍ଠ ନାଗରିକଙ୍କ ପାଇଁ କୋଭିଡ ଟୀକାକରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ କୋଭିଡ଼ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା । ଟିକା ଉତ୍ପାଦନ ଏକ ବହୁତ ବଡ ଚାଲେଞ୍ଜ ହୋଇଥିବା ବେଳେ ପ୍ରାଥମିକତା ଭିତ୍ତିରେ ଆବଶ୍ୟକତା ଥିବା ଲୋକଙ୍କୁ ଟିକା ଦିଆଯାଉଛି । ଏହାପରେ ସାମୂହିକ ଟିକାଦାନ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଡିଏମଇଟି । ପୂର୍ବରୁ କୋ-ଓ୍ବିନ ଆପରେ ଟିକାକରଣ ପାଇଁ ପଞ୍ଜୀକରଣ କରାଯାଉଥିବାବେଳେ ଏହି ଆପକୁ ବର୍ତ୍ତମାନ ଅପଗ୍ରେଡ କରାଯାଇଛି । ଏହାର ନାଁ ରଖାଯାଇଛି କୋ-ୱିନ ଆପ2 ।

ପ୍ରଥମ ଆପ ଭଳି ଏହି ଆପରେ ମଧ୍ୟ ସମାନ ପ୍ରକ୍ରିୟା ମଧ୍ୟରେ ଲୋକେ ନିଜ ନାମ ପଞ୍ଜୀକରଣ କରିପାରିବେ । ଗୋଟିଏ ମୋବାଇଲରେ ଡାଉନଲୋଡ ହୋଇଥିବା ଏହି ଆପରେ ଅତି ବେଶୀରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଟିକା ପାଇଁ ନିଜ ନାମ ପଞ୍ଜୀକରଣ କରିପାରିବେ । ତେବେ ଏବେ ଏହି ଆପଟି ଅପଗେଡ କରାଯାଉଥିବାରୁ ରବିବାର ରାତି ୧୨ ଟା ପରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଇଛନ୍ତି ଡାକ୍ତର ମହାନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 28, 2021, 9:39 PM IST

ABOUT THE AUTHOR

...view details