କଟକ: କର୍ପୋରେଟରଙ୍କ ହୋ ହଲ୍ଲାରେ କମ୍ପିଲା କଟକ ମହାନଗର ନିଗମ କାର୍ଯ୍ୟାଳୟ । ସିଏମସି କମିଶନର ନିଖିଲ ପବନ କଲ୍ୟାଣଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣି ସିଏମସିରେ ତାଲା ପକାଇଲେ କର୍ପୋରେଟର । ସିଏମସି କମିଶନର କର୍ପୋରେଟରଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଛି ।
59 ୱାର୍ଡର ସମସ୍ତ କର୍ପୋରେଟର ମେୟର ଓ କମିଶନରଙ୍କୁ ତାଲା ପକାଇ ମୁଖ୍ୟ ଫାଟକ ଆଗରେ ବଦଳିର ନାରାବାଜି ଦେଇଥିବା ଦେଖିବାକୁ ମିଳିଥିଲା । ସହରର ଅନେକ ୱାର୍ଡରେ ଜେଇଙ୍କ ବଦଳି ନକରିବା ନେଇ କମିଶନରଙ୍କୁ ଭେଟିବା ସମୟରେ କମିଶନରଙ୍କ ଦୁର୍ବ୍ୟବହାର ଏହି ଝଡ଼ ଉଠାଇ ଥିବା କହିଛନ୍ତି କର୍ପୋରେଟର । ଏହି ସଙ୍ଗୀନ ପ୍ରସଙ୍ଗରେ ସମାଧାନ ପାଇଁ ମେୟର ସୁବାସ ସିଂ ମଧ୍ୟ କରିଥିଲେ ପ୍ରୟାସ । ହେଲେ ସବୁ ପ୍ରୟାସ ବିଫଳ ହୋଇଥିଲା । ସିଧାସଳଖ ଆସନ୍ତା କାଉନସିଲ ବୈଠକ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ସମସ୍ତ କର୍ପୋରେଟର ।