କଟକ: ପୁଣି ଜନନୀ ଯନ୍ତ୍ରଣା । ଏଥର କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ କଟକରେ ଦେଖିବାକୁ ମିଳିଛି । ଲିଫ୍ଟ ଅଚଳ ଥିବାରୁ ଗର୍ଭବତୀ ମହିଳାଙ୍କୁ ସିଡିରେ ଟେକି ଟେକି ନେଲେ ପରିବାର ଲୋକେ । ରାଜ୍ୟର ବଡ ମେଡିକାଲ କୁହାଯାଉଥିବା କଟକ ଏସସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।
ଲିଫ୍ଟ ଅଚଳ, ସିଢିରେ ଚଢି ଲେବର ରୁମ୍କୁ ଗଲେ ପ୍ରସୂତି - କଟକ ବଡ ମେଡିକାଲ
ଲିଫ୍ଟ ଅଚଳ ଥିବାରୁ ଗର୍ଭବତୀ ମହିଳାଙ୍କୁ ସିଡିରେ ଟେକି ଟେକି ନେଲେ ପରିବାର ଲୋକେ । କଟକ ଏସସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।
![ଲିଫ୍ଟ ଅଚଳ, ସିଢିରେ ଚଢି ଲେବର ରୁମ୍କୁ ଗଲେ ପ୍ରସୂତି ଲିଫ୍ଟ ଅଚଳ, ଲେବର ରୁମକୁ ଚାଲି ଚାଲି ଯାଉଛନ୍ତି ପ୍ରସୂତି](https://etvbharatimages.akamaized.net/etvbharat/prod-images/768-512-9279934-thumbnail-3x2-ctc.jpg)
ଲିଫ୍ଟ ଅଚଳ, ଲେବର ରୁମକୁ ଚାଲି ଚାଲି ଯାଉଛନ୍ତି ପ୍ରସୂତି
ଲିଫ୍ଟ ଅଚଳ, ଲେବର ରୁମକୁ ଚାଲି ଚାଲି ଯାଉଛନ୍ତି ପ୍ରସୂତି
ଲିଫ୍ଟ ଅଚଳ ଥିବାରୁ ପ୍ରସବ ଯନ୍ତ୍ରଣା ସମୟରେ ମହିଳା ଜଣଙ୍କ ନିଜେ ନିଜେ ଚାଲି ଚାଲି ଯାଉଛନ୍ତି ଲେବର ରୁମ୍କୁ । ରାଜ୍ୟ ସରକାର ଏସସିବି ମେଡିକାଲକୁ ଏମସ୍ ପ୍ଲସ ମେଡିକାଲ କଥା ଚିନ୍ତା କରୁଛନ୍ତି । ରୋଗୀ କିପରି ବାଟରେ ହଇରାଣ ନ ହେବ ରାସ୍ତା ପ୍ରସ୍ତୁତ କରୁଛନ୍ତି । କିନ୍ତୁ ମେଡିକାଲ ଭିତର ଲିଫ୍ଟ ଖରପ ଯୋଗୁଁ ରୋଗୀ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ତେବେ ଏନେଇ ଏସସିବି କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Oct 23, 2020, 11:41 AM IST