ଓଡିଶା

odisha

ETV Bharat / state

କୋଭିଡ ଯୋଦ୍ଧାଙ୍କ ପରିବାରକୁ ଅସମ୍ମାନ, ଆତ୍ମହତ୍ୟା ଧମକ ଦେଲେ ସାମ୍ବାଦିକ - କଟକ ଖବର

ରାଜ୍ୟର ଏକ ପ୍ରତିଷ୍ଠିତ ଗଣମାଧ୍ୟମର ଜଣେ ଭିଡିଓ ସାମ୍ବାଦିକ କୋରୋନା ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସେ ଟାଙ୍ଗି ଡ୍ରିମ୍ସ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଜରିଆରେ ସେ ନିଜ ଦୁଃଖ କାହାଣୀ ବର୍ଣ୍ଣନା କରିଛନ୍ତି । ଅଧିକ ପଢନ୍ତୁ...

କୋଭିଡ ଯୋଦ୍ଧାଙ୍କ ପରିବାରକୁ ଅସମ୍ମାନ, ଆତ୍ମହତ୍ୟା ଧମକ ଦେଲେ ଭିଡିଓ ସାମ୍ବାଦିକ
କୋଭିଡ ଯୋଦ୍ଧାଙ୍କ ପରିବାରକୁ ଅସମ୍ମାନ, ଆତ୍ମହତ୍ୟା ଧମକ ଦେଲେ ଭିଡିଓ ସାମ୍ବାଦିକ

By

Published : Aug 1, 2020, 7:26 PM IST

କଟକ: ବିଶ୍ବବାସୀଙ୍କୁ ନିଜ କରାଳ ରୂପ ଦେଖାଉଛି କୋରୋନା ମହାମାରୀ । ଏହି ଅଦୃଶ୍ୟ ଭାଇରସ ବିରୋଧରେ ସଭିଏଁ ଲଢୁଥିବାବେଳେ କେତେବେଳେ ଓ କେଉଁ ମୂହୂର୍ତ୍ତରେ ଏହା କାହାକୁ ଗ୍ରାସ କରୁଛି ତାହା କହିବା ଅସମ୍ଭବ । ତେବେ ଏହି ମହାମାରୀର ନେତୃତ୍ବ ନେଇ ଆଗଧାଡିରେ ଥିବା ଅନେକ କୋଭିଡ ଯୋଦ୍ଧା ମଧ୍ୟ ଏହି ଭୂତାଣୁର ବଶବର୍ତ୍ତୀ ହୋଇଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ ଅନେକ କୋଭିଡ ଯୋଦ୍ଧାଙ୍କୁ ମଧ୍ୟ ମହାମାରୀ ନିଜ କବଳରେ କବଳିତ କରୁଛି । ଆଉ ବିଭିନ୍ନ ସମୟରେ ଅନ୍ୟମାନଙ୍କର ସେମାନଙ୍କ ଓ ସେମାନଙ୍କ ପରିବାର ପ୍ରତି ଘୃଣ୍ୟ ମନୋଭାବର ଚିତ୍ର ମଧ୍ୟ ସାମନାକୁ ଆସୁଛି । ଏମିତି ଏକ ହୃଦୟବିଦାରକ ଭିଡିଓ ସାମ୍ନାକୁ ଆସିଛି ।

ରାଜ୍ୟର ଏକ ପ୍ରତିଷ୍ଠିତ ଗଣମାଧ୍ୟମର ଜଣେ ଭିଡିଓ ସାମ୍ବାଦିକ କୋରୋନା ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସେ ଟାଙ୍ଗି ଡ୍ରିମ୍ସ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଜରିଆରେ ସେ ନିଜ ଦୁଃଖ କାହାଣୀ ବର୍ଣ୍ଣନା କରିଛନ୍ତି । ତାଙ୍କର କୋରୋନା ପଜିଟିଭ ଚିହ୍ନଟ ହେବା ସତେ ଯେମିତି ତାଙ୍କ ପରିବାର ପାଇଁ ଏକ ପ୍ରକାର ଅଭିଶାପ ହୋଇଯାଇଛି ।

କୋଭିଡ ଯୋଦ୍ଧାଙ୍କ ପରିବାରକୁ ଅସମ୍ମାନ, ଆତ୍ମହତ୍ୟା ଧମକ ଦେଲେ ଭିଡିଓ ସାମ୍ବାଦିକ

କଟକ ସହର ଉପକଣ୍ଠରେ ରହୁଥିବା ତାଙ୍କ ପରିବାର ଲୋକଙ୍କୁ ଗାଁ ଲୋକ ହଇରାଣ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଏକ ପ୍ରକାର ବାସନ୍ଦ କରି ରଖିଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ଏହି ମାମଲାରେ ସେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପାଇଁ ଆକୁଳ ନିବେଦନ କରିଛନ୍ତି । ଯଦି ଏହି ମାମଲାରେ ତାଙ୍କ ପରିବାର ପ୍ରତି ନ୍ୟାୟ ନହୁଏ ତେବେ ସେ ଆତ୍ମହତ୍ୟା କରିବେ ବୋଲି ଭିଡିଓ ଜରିଆରେ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details