ନିଆଳି: ଶୋଭନେଶ୍ଵର ମହାଦେବଙ୍କ ପୀଠରେ ଜଳଲାଗିକୁ ନେଇ ପୂଜକ ଓ ସେବାୟତ ମାରପିଟ୍ ସ୍ଥିତି ଉପୁଜିଛି । ଫଳରେ ଘଣ୍ଟାଏ କାଳ ମନ୍ଦିରରେ ତାଲା ପଡିଥିଲା । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି । ଘଟଣାକୁ ନେଇ କ୍ୟାମେରା ସମ୍ମୁଖରେ କେହି ମୁହଁ ଖୋଲୁ ନାହାଁନ୍ତି । ସେପଟେ ମନ୍ଦିର ଟ୍ରଷ୍ଟ ସମ୍ପାଦକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ଶ୍ରାବଣ ମାସ ସୋମବାର ଏବଂ ସଂକ୍ରାନ୍ତି ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ଶୈବ ମନ୍ଦିରରେ ଗହଳି ଲାଗିଛି । ବୋଲବମ୍ ଭକ୍ତ ଜଳ ଲାଗି ପାଇଁ ଆସିବା ସହ ଏବଂ ସଂକ୍ରାନ୍ତି ଥିବାରୁ ଅନ୍ୟ ଭକ୍ତ ପୂଜା ପାଠ କରିବା ନିମନ୍ତେ ଶୋଭନେଶ୍ଵର ମହାଦେବଙ୍କ ମନ୍ଦିରରେ ଗହଳି ଲାଗିଥିଲା । କିନ୍ତୁ ଶୈବ ପୀଠରେ ଜଳଲାଗିକୁ ନେଇ ପୂଜକ ଓ ସେବାୟତଙ୍କ ମଧ୍ୟରେ ପାଟିତୁଣ୍ଡ ଏବଂ ମାରପିଟ୍ ହେବା ଫଳରେ ମନ୍ଦିରରେ ଏକ ଘଣ୍ଟା ଯାଏ ତାଲା ପଡିଥିଲା । ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ବ୍ଳକର ନୂଆଗାଁ ପଞ୍ଚାୟତର ବଙ୍ଗାଳିସାହି ପ୍ରାଚୀ ତଟରେ ପ୍ରଭୁ ଶୋଭନେଶ୍ଵର ମହାଦେବଙ୍କ ମନ୍ଦିର ରହିଛି । ଆଜି ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା । ବୋଲବମ୍ ଭକ୍ତଙ୍କ ଜଳ ଲାଗିକୁ ନେଇ ମନ୍ଦିରର ପୂଜକ ଏବଂ ସେବାୟତଙ୍କ ମଧ୍ୟରେ ପାଟିତୁଣ୍ଡ ଏବଂ ଏମିତିକି ହାତହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ମାରପିଟକୁ ନେଇ ଶୋଭନେଶ୍ଵର ମନ୍ଦିରକୁ ଗୋଟିଏ ଗୋଷ୍ଠୀ ଏକ ଘଣ୍ଟା ଯାଏ ମନ୍ଦିର ତାଲା ପକାଇ ଦେଇଥିବା ନେଇ ଭକ୍ତମାନେ ଅଭିଯୋଗ କରିଛନ୍ତି ।