ଓଡିଶା

odisha

ETV Bharat / state

ଉଲିବୁରୁ ଖଣି ଦୁର୍ନୀତି ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଖାରଜ - ଖଣି ଦୁର୍ନୀତି ମାମଲା

ଉଲିବୁରୁ ଖଣି ଦୁର୍ନୀତି ମାମଲା। ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଜାମିନ ହାଇକୋର୍ଟରେ ଖାରଜ । ଜଷ୍ଟିସ ସଙ୍ଗମ ସାହୁ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ।

ହାଇକୋର୍ଟ

By

Published : Aug 7, 2019, 9:55 PM IST

କଟକ: ବହୁଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଜାମିନ ଆଜି ହାଇକୋର୍ଟରେ ଖାରଜ ହୋଇଯାଇଛି । ଜଷ୍ଟିସ ସଙ୍ଗମ ସାହୁ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ।

ସୂଚନାନୂଯାୟୀ, ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ 2013ସେପ୍ଟେମ୍ବର 5ରେ ଭିଜିଲାନ୍ସ ଗିରଫ କରିଥିଲା । 2013 ଡିସେମ୍ବର ୩୧ରେ ହଜାର କୋଟି ଟଙ୍କାର ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(2), ୧୩(1)(ସି)(ଡି) ଓ ଆଇପିସିର ଦଫା ୧୨୦-ଖ, ୪୦୯, ୩୭୯, ୪୨୦, ୪୬୮, ୪୧୧ରେ ଦୀପକ ଗୁପ୍ତା, ତାଙ୍କ ପରବାରର ୪ ଜଣ ସଦସ୍ୟ, ମୂଳ ଲିଜ୍‌ଧାରୀ ବି.କେ.ମହାନ୍ତିଙ୍କ ସମେତ 25 ଜଣଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଚାର୍ଜସିଟ୍‌ ଦାଖଲ୍‌ କରାଯାଇଥିଲା ।

2014 ଜୁନ 24 ରେ ଭିଜିଲାନ୍ସ ଏହି ମାମଲାରେ ଚୂଡାନ୍ତ ଚାର୍ଜସିଟ ଦାଖଲ କରିଥିଲା 2017,ଜୁନ 5 ରେ ଦୀପକ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଥିଲା । ମାମଲାରେ 178 ଜଣ ସାକ୍ଷୀ ରହିଥିବାବେଳେ ପ୍ରାୟ 50 ହଜାର ପୃଷ୍ଠାର ନଥିପତ୍ର ଚାର୍ଜସିଟରେ ଦାଖଲ ହୋଇଛି । ମାମଲାର ଶୁଣାଣି ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଚାଲିଥିବାବେଳେ 2019 ରେ ଦୀପକ ପୁଣି ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details