ଓଡିଶା

odisha

ETV Bharat / state

ସମାଜ ପାଇଁ ପ୍ରେରଣା, ଆଶୁତୋଷଙ୍କ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ; ଗଣିତ ପ୍ରତିଯୋଗୀତାରେ ରାଜ୍ୟ ପାଇଁ ଆଣିଲେ ଗର୍ବ

India Book of Records: ସଫଳତା ପାଇଁ ସ୍ୱାସ୍ଥ୍ୟ ନୁହେଁ ଇଚ୍ଛା ଶକ୍ତି ଦରକାର । ଆବାକସ ଗଣିତ ପ୍ରତିଯୋଗୀତାରେ ଭାଗନେଇ ଇଣ୍ଡିଆ ବୁକ୍ ଅପ୍ ରେକର୍ଡରେ ନିଜ ନାଁକୁ ଯୋଡିଛନ୍ତି କଟକର ଆଶୁତୋଷ । ସେ ଛୋଟବେଳୁ ଅଟିଜିମ୍ ସ୍ପେକ୍ଟ୍ରମ୍ ଡ଼ିଜଅର୍ଡରେ ପୀଡ଼ିତ । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 30, 2023, 10:19 PM IST

Updated : Dec 31, 2023, 6:21 AM IST

ଆଶୁତୋଷଙ୍କ ଇଣ୍ଡିଆ ବୁକ୍ ଅପ୍ ରେକର୍ଡ
ଆଶୁତୋଷଙ୍କ ଇଣ୍ଡିଆ ବୁକ୍ ଅପ୍ ରେକର୍ଡ

ଗଣିତ ପ୍ରତିଯୋଗୀତାରେ ରାଜ୍ୟ ପାଇଁ ଆଣିଲେ ଗର୍ବ

କଟକ:ଭଗବାନଙ୍କ ଆଶୀର୍ବାଦ ବିନା ଏହି ସୃଷ୍ଟିର ଗତି ନାହିଁ । ଏପରିକି ଅସମ୍ଭବକୁ ସମ୍ଭବ କରି ଦେଖାଇବା ତାହା ମଧ୍ୟ ତାଙ୍କରି ହାତରେ । ଏହା କହିବାର ଅର୍ଥ ଜଣେ ଅଟିଜିମ୍ ସ୍ପେକ୍ଟ୍ରମ୍ ଡ଼ିଜଅର୍ଡର ପିଲା ଯିଏ ନିଜର ଅକ୍ଷମତାକୁ ପଛରେ ପକାଇ ଏକ ସଫଳ ଭବିଷ୍ୟତ ପାଇଁ ଭିଡିଛନ୍ତି ଅଣ୍ଟା । ନିଜର ଅଦମ୍ୟ ପ୍ରୟାସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନିଜ ନାଁକୁ ଯୋଡିଛି । ଏହାସହ ପାଲଟିଛି ସମାଜ ପାଇଁ ଏକ ଉଦାହାରଣ । ସେ ହେଉଛନ୍ତି କଟକ ଚାଉଳିଆଗଞ୍ଜର ଆଶୁତୋଷ ପାଣିଗ୍ରାହୀ । ସେ ଆବାକସ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଗଣିତ ପ୍ରତିଯୋଗୀତାରେ ଭାଗନେଇ ଇଣ୍ଡିଆ ବୁକ୍ ଅପ୍ ରେକର୍ଡରେ ନିଜ ସ୍ଥାନ ଅଧିକାର କରିପାରିଛନ୍ତି ।

କଟକ ଚାଉଳିଆଗଞ୍ଜରେ ରହୁଥିବା ବିଶ୍ଵଜିତ ପାଣିଗ୍ରାହୀ ଓ ନିବେଦିତା କରଙ୍କ ପୁଅ ଆଶୁତୋଷ ପାଣିଗ୍ରାହୀ ।ସେ ପିଲାଟି ଦିନରୁ ହିଁ ଅଟିଜିମ୍ ସ୍ପେକ୍ଟ୍ରମ୍ ଡ଼ିଜଅର୍ଡର ପୀଡିତ ହୋଇଛନ୍ତି । କିନ୍ତ ତାଙ୍କର ଇଚ୍ଛା ଶକ୍ତି ଆଗରେ ସବୁକିଛି ଫିକା ପଡ଼ିଛି ।କୁହାଯାଏ ଭଗବାନଙ୍କ ଅପାର କରୁଣା ଥିଲେ ପଙ୍ଗୁ ବି ଗିରୀ ଲଙ୍ଘିଥାଏ । ଅସମ୍ଭବକୁ ସମ୍ଭବ କରେଇବାର ଲକ୍ଷ୍ୟ ନେଇ ଏବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଅଧିକାରୀ ହୋଇଛନ୍ତି ସେ ।

ଗତ କିଛି ମାସ ତଳେ ଜାମସେଦପୁରରେ ଭାରତୀୟ ଆବାକସ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଗଣିତ ପ୍ରତିଯୋଗୀତାରେ ମାତ୍ର 15 ମିନିଟରେ 200 ରୁ ଉର୍ଦ୍ଧ୍ବ ଜଟିଳ ମିଶାଣ, ଫେଡାଣ ଓ ଗୁଣନ କରି ଏହି ରେକର୍ଡର ହାସଲ କରିପାରିଛନ୍ତି ଆଶୁତୋଷ । ଆବାକସ, କୋଡ଼ିଂ, ଭାର ଉତ୍ତୋଲନ, କମ୍ପୁଟରରେ ବିଭିନ୍ନ କାର୍ଯ୍ୟରେ ବେଶ ପାରଙ୍ଗମ । ଏହାସହ ନିଜର ସଙ୍ଗୀତ ରୁଚି ମଧ୍ୟ ବେଶ ଅନନ୍ୟ । ତାଙ୍କର ଭଜନ ଗାଇବା ଶୈଳୀ ମଧ୍ୟ ଚକିତ କଲା ପରି । ତେବେ ଆଗମୀ ଦିନରେ ସେ ଜଣେ ଦକ୍ଷ ସଙ୍ଗୀତଜ୍ଞ, କୋଡ଼ିଂ, ସହ ଅବାକସ ଟ୍ରେନର ହେବାର ଲକ୍ଷ୍ୟ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ଝାରସୁଗୁଡା ମିରର ଥିଏଟରର ବିଶ୍ବ ରେକର୍ଡ: ବିନା ବ୍ରେକରେ ୪୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ପ୍ରଦର୍ଶିତ ହେଲା ନାଟକ

ଅନ୍ୟପଟେ ଆଶୁତୋଷ ମାଆ ନିବେଦିତା କର କହିଛନ୍ତି, "ଆଶୁତୋଷକୁ ଯେତେବେଳେ 9 ବର୍ଷ ହେଇଥିଲା ସେତେବେଳେ ଆମେ ଜାଣିଥିଲୁ, ସେ ଅଟିଜିମ୍ ସ୍ପେକ୍ଟ୍ରମ୍ ଡ଼ିଜଅର୍ଡର ପୀଡ଼ିତ । ତେବେ ମନରେ କଷ୍ଟ ଆସିବା ପରେ ମଧ୍ୟ ନିଜ ପୁଅକୁ ସମାଜରେ ଅନ୍ୟମାନଙ୍କ ପରି ଗଢି ତୋଳିବା ପାଇଁ ସମସ୍ତ ପ୍ରୟାସ କରିଥିଲୁ ।ତେବେ ଆଗମୀ ଦିନନଙ୍କରେ ଆଶୁତୋଷ ଦେଖିଥିବା ସ୍ୱପ୍ନକୁ ପୂର୍ଣ୍ଣ କରିବା ପାଇଁ ସମସ୍ତ ପ୍ରଚେଷ୍ଟା କରାଯିବ ।"

ଇଟିଭି ଭାରତ, କଟକ

Last Updated : Dec 31, 2023, 6:21 AM IST

ABOUT THE AUTHOR

...view details