ଓଡିଶା

odisha

ETV Bharat / state

ରେଭେନ୍ସା ବିଶ୍ବବିଦ୍ୟାଳୟର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ହକି ଇଣ୍ଡିଆ ସଭାପତି - Ravenshaw university special program

ରେଭେନ୍ସା ବିଶ୍ବବିଦ୍ୟାଳୟରେ ରବିବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅଧିକ ପଢ଼ନ୍ତୁ

ରେଭେନ୍ସା ନ୍ୟୁ ହଷ୍ଟେଲରେ ଡାଇମଣ୍ଡ ଜୁବଲି, ଯୋଗଦେଲେ ହକି ଇଣ୍ଡିଆ ସଭାପତି
ରେଭେନ୍ସା ନ୍ୟୁ ହଷ୍ଟେଲରେ ଡାଇମଣ୍ଡ ଜୁବଲି, ଯୋଗଦେଲେ ହକି ଇଣ୍ଡିଆ ସଭାପତି

By

Published : Dec 11, 2022, 8:56 PM IST

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟର ନ୍ୟୁ ହଷ୍ଟେଲରେ ଆଜି ଡାଇମଣ୍ଡ ଜୁବଲୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ହୀରକ ଜୟନ୍ତୀ ପାଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଦିଲ୍ଲୀପ ତୀର୍କି ଯୋଗ ଦେଇଥିଲେ ।

ରେଭେନ୍ସା ନ୍ୟୁ ହଷ୍ଟେଲରେ ଡାଇମଣ୍ଡ ଜୁବଲି, ଯୋଗଦେଲେ ହକି ଇଣ୍ଡିଆ ସଭାପତି

ଏହି ଛାତ୍ରାବାସରେ ରହି ପାଠ ପଢିଥିବା ରେଭେନ୍ସା କୂଳପତି ସଞ୍ଜୟ କୁମାର ନାୟକଙ୍କ ସହ ରାଜ୍ୟର ବହୁ ବିଶିଷ୍ଠ ବ୍ୟକ୍ତି ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ରେଭେନ୍ସା ଅତୀତ ଓ ବର୍ତ୍ତମାନରେ ଅନେକ ବ୍ୟକ୍ତିଙ୍କୁ ସମାଜର ଏକ ସ୍ୱତନ୍ତ୍ର ସ୍ଥାନରେ ବସାଇଛି ।

ସେ ଆଇପିଏସ ଓ ଆଇଏଏସ ହେଉ କି ଅନ୍ୟ ପଦବୀ । ସବୁ ଦିଗରେ ରେଭେନ୍ସା ଗଢ଼ିଥାଏ ମୂଳଦୁଆ । ତେବେ ହଷ୍ଟେଲରେ ରହି ପିଲାମାନେ ପାଠ ପଢିବା ମଧ୍ୟ ଗୋଟିଏ ବିଦ୍ୟାର୍ଥୀ ପାଇଁ ଆନନ୍ଦର ବିଷୟ । ତେଣୁ ରେଭେନ୍ସା ଅତୀତ ବର୍ତ୍ତମାନ ଓ ଭବିଷ୍ୟତରେ ଯେଉଁ ପ୍ରତିଷ୍ଠା ରହିଥିଲା ତାହା ସର୍ବଦା ବଜାୟ ରହିବ ବୋଲି କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ।

ଏହି ଅବସରରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି "ରେଭେନ୍ସା ୟୁନିଭର୍ସିଟି ଗୋଟିଏ ଖାଲି ନାଁ ନୁହେଁ ଏଠାରୁ ମଡର୍ଣ୍ଣ ଓଡ଼ିଶାର ପ୍ରାରମ୍ଭ ମୁଁ କରିବି। ଏହା ଭିତରେ ବହୁତ ଇତିହାସ ଲୁଚି ରହିଛି । ଯାହା ଆମେ ଦେଖିପାରୁଛେ । ଏହି ୟୁନିଭର୍ସିଟିରୁ ପାଠପଢ଼ି ଅନେକ ଲୋକ ବଡ଼ ପଦବୀରେ ଅଛନ୍ତି। ତେବେ ଆଜି ଏହି ୟୁନିଭର୍ସିଟିକୁ ଆସି ଆୟୋଜିତ ହୋଇଥିବା ଡାଇମଣ୍ଡ ଜୁବଲୀରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details