କଟକ: ନୂଆବର୍ଷରେ ନୂଆ ଆଶା। 2023ର ପ୍ରଥମ ଦିନକୁ ଭଗବାନଙ୍କ ଚରଣରେ ସମର୍ପିତ କରିଛନ୍ତି କଟକବାସୀ । ସହରର ଆରାଧ୍ୟା ଦେବୀ ମାଆ କଟକ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି ହଜାରହଜାର ଶ୍ରଦ୍ଧାଳୁ । ଅନ୍ୟପଟେ ଶାମ୍ବ ଦଶମୀ ରହିଥିବାରୁ ଏହି ଦିନକୁ ବେଶ ଭକ୍ତି ଆଡମ୍ବର ଭାବରେ ପାଳନ କରିଛନ୍ତି କଟକିଆ ।
କଟକ ଚଣ୍ଡୀଙ୍କ ଦର୍ଶନରୁ ଆରମ୍ଭ ହେଲା ନୂଆ ବର୍ଷ - ନବବର୍ଷ 2023
2023ର ପ୍ରଥମ ଦିନକୁ ଭଗବାନଙ୍କ ଚରଣରେ ସମର୍ପିତ କରିଛନ୍ତି କଟକବାସୀ। ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିଛନ୍ତି ଭକ୍ତ। ଅଧିକ ପଢନ୍ତୁ
cuttack chandi
cuttack chandi
ସକାଳୁ ଉଠି ପ୍ରଥମେ ମାଆ କଟକ ଚଣ୍ଡୀ ଓ ଅନ୍ୟାନ୍ୟ ମନ୍ଦିରରେ ପ୍ରଭୁଙ୍କ ନିକଟରେ ପୂଜା ଓ ଦର୍ଶନ କରି ଆଶୀର୍ବାଦ ଲୋଡିଛନ୍ତି ସମସ୍ତେ । ସମସ୍ତଙ୍କ ମନରେ ନୂଆ ଆଶା ଓ ଉଦ୍ଦିପନା । ତେବେ ଏହି ଆଶାକୁ ସଫଳ କରିବା ପାଇଁ ମାଆ କଟକ ଚଣ୍ଡୀ ଙ୍କ ନିକଟରେ ଆଶୀର୍ବାଦ ଲୋଡିଛନ୍ତି ଭକ୍ତ ।
ଇଟିଭି ଭାରତ, କଟକ