କଟକ: ଡିଟରଜେଣ୍ଟ ସବୁ ସମୟରେ ସମସ୍ତଙ୍କର ଆବଶ୍ୟକତା ପଡେ । ସେ ଡ୍ରେସ ହେଉ ଅବା ଯେକୌଣସି ଜିନିଷ ଆମେ ସଫା କରିବା, ଡିଟରଜେଣ୍ଟ ଗୁଣ୍ଡର ଆବଶ୍ୟକତା ପଡିଥାଏ(detergent demand in Baliyatra) । ବଜାରରେ ଏବେ ବିଭିନ୍ନ ପ୍ରକାର ବ୍ରାଣ୍ଡର ଡିଟରଜେଣ୍ଟ ଗୁଣ୍ଡ ଉପଲବ୍ଧ ହେଉଛି । ତେବେ ଏହା କିଣିବା ବେଳେ ଖାଉଟିମାନେ ଅନେକ ଥର ଚିନ୍ତା କରିଥାନ୍ତି । ଏବେ କଟକ ଐତିହାସିକ ବାଲିଯାତ୍ରାରେ ଡିଟରଜେଣ୍ଟ ଗୁଣ୍ଡର ଚାହିଦା ଅଧିକ ରହିଛି ।
କାରଣ ଯଦି କପଡା ଭଲ ସଫା ନହୁଏ,ତେବେ ଖାଉଟି ମାନେ ଉକ୍ତ ବ୍ରାଣ୍ଡ୍କୁ ଦ୍ବିତୀୟ ଥର କିଣିବାକୁ ମନ ବଳାନ୍ତିନି । କେବଳ ସେତିକି ନୁହେଁ ବରଂ ଅନେକ ନିମ୍ନ ମାନର ବ୍ରାଣ୍ଡର ଡିଟରଜେଣ୍ଟ ଗୁଣ୍ଡ ବ୍ୟବହାର କରିବା ଦ୍ବାରା କପଡା କଲର ମଧ୍ୟ ଛାଡ଼ିବାର ଆଶଙ୍କା ରହିଥାଏ । ତେବେ ଖାଉଟିମାନେ ଡିଟରଜେଣ୍ଟ କିଣିବା ବେଳେ ଭାବି ଚିନ୍ତିକି କିଣିଥାନ୍ତି । କମ୍ପାନିଗୁଡିକ ମଧ୍ୟ ଖାଉଟିଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାର ଅଫର ମଧ୍ୟ ଦେଇଥାନ୍ତି । ଏହି ଅଫରରେ ଫସି ଯାଆନ୍ତି କି ଖାଉଟି ? ତେବେ କେଉଁ ବ୍ରାଣ୍ଡର ଆମେ ବ୍ୟବହାର କରିବା ?