ଓଡିଶା

odisha

ETV Bharat / state

ରାଜ୍ୟରେ ଡେଙ୍ଗୁ ଆତଙ୍କ, 7 ଜଣଙ୍କ ରକ୍ତନମୁନା ପଜିଟିଭ - ଡେଙ୍ଗୁ ରୋଗୀ

କଟକ ଏସସିବିରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ରାଜ୍ୟରେ କାୟା ବିସ୍ଥାର କରୁଛି ଡେଙ୍ଗୁ । ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଓ କଟକରୁ 11 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Jul 30, 2019, 5:52 PM IST

କଟକ: ଦିନକୁ ଦିନ ଡେଙ୍ଗୁ ଜ୍ବର ନିଜର କାୟା ବିସ୍ତାର କରୁଛି । କଟକ ଏସସିବିରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ ଦୁଇ ଦିନ ମଧ୍ୟରେ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଓ କଟକରୁ 11 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେମବାର ଏସସିବିରେ 78 ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ 7 ଜଣଙ୍କର ଡେଙ୍ଗୁ ପଜିଟିଭ ମିଳିଛି । ସେମାନଙ୍କ ମଧ୍ୟରୁ ଭଦ୍ରକରୁ 4 ଜଣ, କେନ୍ଦ୍ରାପଡ଼ାରୁ 2 ଜଣ ଓ କଟକରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ରବିବାର ଦିନ ମଧ୍ୟ 25 ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ 4 ଟି ଡେଙ୍ଗୁ ପଜିଟିଭ ମିଳିଥିଲା ।

ସେଥିରୁ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଏସସିବିରେ ଏବେ 36 ଜଣ ଡେଙ୍ଗୁରୋଗୀ ଚିକିତ୍ସିତ ହେଉଥିବା ବେଳେ 5 ଡେଙ୍ଗୁରୋଗୀ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତେବେ କଟକରୁ ଯେଉଁ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି ତାହା ଏସସିବିର କ୍ୟାମ୍ପସରୁ ବୋଲି ଜଣାପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details