ଓଡିଶା

odisha

ETV Bharat / state

କଟକରେ ବ୍ୟାପୁଛି ଡେଙ୍ଗୁ, ଦିନକରେ 26 ରୋଗୀ ଚିହ୍ନଟ - Cuttack city

କଟକରେ ଏବେ ଡେଙ୍ଗୁ ଆତଙ୍କ । ତୁରନ୍ତ ପ୍ରତିକାର କରିବାକୁ ଦାବି । ଅଧିକ ପଢନ୍ତୁ..

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Oct 19, 2019, 11:54 PM IST

କଟକ: ପୁଣି ଲେଉଟିଲା କଟକ ସହରରେ ଡେଙ୍ଗୁ । ଶନିବାର ଏସସିବି ଡେଙ୍ଗୁ ବିଭାଗରେ ୫୧ ଜଣ ଡେଙ୍ଗୁରୋଗୀ ଥିବାବେଳେ, ସେଥିରୁ ୩ ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କଟକ


ସେହିପରି ଆଜି ଏସସିବିରେ ୧୧୯ ଟି ରକ୍ତନମୁନା ପରୀକ୍ଷା କରାଯାଇଥି ବେଳେ ସେଥିରୁ ୨୬ ଟି ରକ୍ତନମୁନା ପଜିଟିଭ ଥିବା ଜଣାପଡିଛି ।

ସେଥିରୁ କଟକରୁ ସର୍ବାଧିକ ୮ ଟି , ଯାଜପୁରରୁ ୬ ଟି, କେନ୍ଦ୍ରାପଡଡାରୁ ୫ , ବାଲେଶ୍ଵରରୁ ୪ ଓ ଭଦ୍ରକରୁ ୩ ଟି ରକ୍ତ ନମୁନା ପଜିଟିଭ ଆସିଛି । ସବୁଠାରୁ ବଡ କଥା ହେଉଛି, କଟକ ସହର ମଧ୍ୟରେ ଡେଙ୍ଗୁରୋଗୀ ଦେଖିବାକୁ ମିଳିଛି । ଖାନନଗର, କାଠଗୋଲାସାହି, ଏସସିବି କ୍ୟାମ୍ପସ, ନୂଆବଜାର, ସାନ୍ତସାହି, ଛତିଆ, ବୟାଳୀସ ମୌଜାଓ ନିଶ୍ଚିତକୋଇଲି ଅଞ୍ଚଳରେ ଡେଙ୍ଗୁରୋଗୀ ଦେଖିବାକୁ ମିଳିଛି ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details