କଟକ:ଦିଲ୍ଲୀ ପଟିଆଲା କୋର୍ଟରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସମନ (Delhi Patiala Court issued Summons Actress Varsha Priyadarshini) । ଜାନୁଆରୀ 4ରେ ହାଜର ହେବାକୁ ନିର୍ଦ୍ଦେଶ । ଦିଲ୍ଲୀ ନର୍ଥ ଏଭିନିଉ ଥାନାରେ ସାଂସଦ ଅନୁଭବ ମହାନ୍ତିଙ୍କ (Anubhav Mohanty) ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଚାଲିଥିବା ଜାତିଆଣ ଆକ୍ଷେପ ମାମଲାରେ ପଟିଆଲା ହାଉସ କୋର୍ଟ ସମନ ଜାରି କରି କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ବର୍ଷା ଅନୁଭବ ପାରିବାରିକ ବିବାଦ, ମଙ୍ଗଳବାର ବି ସରିପାରିଲାନି ସାକ୍ଷ୍ୟଗ୍ରହଣ ପ୍ରକ୍ରିୟା
ବର୍ଷାଙ୍କ ମାଆ ଓ ଭଉଣୀଙ୍କୁ ମଧ୍ୟ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଥାଉକି, ଅନୁଭବଙ୍କ ଜଣେ ସହଯୋଗୀଙ୍କୁ ବର୍ଷା,ତାଙ୍କ ମାଆ ଓ ଭଉଣୀ ଜାତିଆଣ ଆକ୍ଷେପ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଦିଲ୍ଲୀରେ ଏହି ଘଟଣା ଘଟିଥିଲା । ତେଣୁ ଅନୁଭବଙ୍କ ସହକର୍ମୀ ଏନେଇ ନର୍ଥ ଏଭିନିଉ ଥାନାରେ ଏତଲା ଦେଇଥିଲେ । 2019 ଜୁଲାଇ 9 ତାରିଖର ମାମଲା 2022 ଜୁଲାଇରେ ପଞ୍ଜିକୃତ କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସ ଏସ୍ସି ଓଏସ୍ଟି ପ୍ରିଭେନସ ଆଟ୍ରୋସିଟି ଆକ୍ଟରେ ମାମଲା ରୁଜୁ କରିଥିଲା । ଏହାପରେ ବର୍ଷାଙ୍କ ପାଇଁ ଅଡୁଆ ବଢ଼ିଛି ।