ଓଡିଶା

odisha

ETV Bharat / state

ରାଜ୍ୟରେ କମିଲା ସଡକ ଦୁର୍ଘଟଣା ମୃତ୍ୟୁ ହାର: STA - ଓଡ଼ିଶାରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ ପାଇଛି

ଓଡ଼ିଶାରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ ପାଇଛି । ଗତବର୍ଷ ଜୁଲାଇ ମାସ ତୁଳନାରେ ଚଳିତ ବର୍ଷ ଜୁଲାଇ ମାସ ମଧ୍ୟରେ ଓଡ଼ିଶାର ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର କମିଛି । ଚଳିତବର୍ଷ ଶତକଡା 4.01 ପ୍ରତିଶତ ହ୍ରାସ ପାଇଛି । ଅଧିକ ପଢନ୍ତୁ

ରାଜ୍ୟରେ କମିଲା ସଡକ ଦୁର୍ଘଟଣା  ମୃତ୍ୟୁ ପରିମାଣ :STA
ରାଜ୍ୟରେ କମିଲା ସଡକ ଦୁର୍ଘଟଣା ମୃତ୍ୟୁ ପରିମାଣ :STA

By

Published : Oct 7, 2022, 11:02 PM IST

Updated : Oct 8, 2022, 12:10 PM IST

କଟକ: ଓଡ଼ିଶାରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ ପାଇଛି । ଗତ ବର୍ଷ ଜୁଲାଇ ମାସ ତୁଳନାରେ ଚଳିତ ବର୍ଷ ଜୁଲାଇ ମାସ ମଧ୍ୟରେ ଓଡ଼ିଶାର ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର କମିଛି । ଚଳିତ ବର୍ଷ ଶତକଡା 4.01 ପ୍ରତିଶତ ହ୍ରାସ ପାଇଛି । ଜୁଲାଇ 2021 ରେ 399 ଜଣଙ୍କର ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଥିବା ବେଳେ 2022 ଜୁଲାଇରେ ଏହା 383 କୁ ଖସି ଆସିଛି ।

ରାଜ୍ୟରେ କମିଲା ସଡକ ଦୁର୍ଘଟଣା ମୃତ୍ୟୁ ହାର

ସୂଚନାଯୋଗ୍ୟ ବର୍ଷର ତ୍ରୟମାସିକ ରିପୋର୍ଟରେ ରାଜ୍ୟରେ 10 ପ୍ରତିଶତ ଦୁର୍ଘଟଣା ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ହାର 7.55 ପ୍ରତିଶତ କୁ ଖସି ଆସିଛି । ଯାହା ରାଜ୍ୟ ପରିବହନ ବିଭାଗ ପାଇଁ ଖୁସି ଖବର । ରାଜ୍ୟରେ ସଡ଼କ ସୁରକ୍ଷା ନିୟମକୁ କଡାକଡି ପାଳନ କରିବାର ଏହା ହେଉଛି ନିସ୍କର୍ଷ । 2021 ରୁ 22 ମଧ୍ୟରେ ମୋଟ 2,47,945 ଟି ଇ-ଚାଲାଣ କଟା ଯାଇଛି । କିନ୍ତୁ ଚଳିତ ବର୍ଷ ଅର୍ଥାତ 22-23 ବର୍ଷର ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ 2,86,682 ଇ-ଚାଲାଣ କଟା ଯାଇଛି ।

ଯାହା ଦ୍ୱାରା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟ ସଂଖ୍ୟା ଉପରେ ହ୍ରାସ ପରିଲକ୍ଷିତ ହୋଇଛି । ଏହି ଦିଗ ଆଗମୀ ଦିନରେ ମଧ୍ୟ ବଳବତ୍ତର ରହିବ ବୋଲି କହିଛନ୍ତି ରାଜ୍ୟ ପରିବହନ ବିଭାଗର ଅତିରିକ୍ତ କମିଶନର ଲାଲମୋହନ ସେଠୀ ।

ଇଟିଭି ଭାରତ, କଟକ

Last Updated : Oct 8, 2022, 12:10 PM IST

ABOUT THE AUTHOR

...view details