ଓଡିଶା

odisha

By

Published : Jul 19, 2020, 8:46 PM IST

ETV Bharat / state

ବିଦେଶୀ ମୁଦ୍ରା ସାଉଣ୍ଟିବାରେ ବ୍ୟସ୍ତ ଦେବାର୍ଚ୍ଚନ

ବିଦେଶୀ ମୁଦ୍ରା ସଂଗ୍ରହ ନିଶାରେ କଟକ ଗଣ୍ଡରପୁର ଅଞ୍ଚଳର 16 ବର୍ଷ ବାଳକ ଦେବାର୍ଚ୍ଚନ ଦିବ୍ୟାଙ୍ଗ । ଏଯାବତ୍ ସେ 140 ଦେଶର ମୁଦ୍ରା ଓ 160 ଦେଶର ନୋଟ ସଂଗ୍ରହ କରି ସାରିଛନ୍ତି । ଅଧିକ ପଢନ୍ତୁ...

Debarchan is busy for collecting foreign currency
ବିଦେଶୀ ମୁଦ୍ରା ସାଉଣ୍ଟିବାରେ ବ୍ୟସ୍ତ ଦେବାର୍ଚ୍ଚନ

କଟକ: ପ୍ରତ୍ୟେକ ମଣିଷର କିଛି ନା କିଛି ନିଶା ରହିଥାଏ । ଯାହାକୁ ପୂରଣ କରିବା ପାଇଁ ସମସ୍ତ ସାମର୍ଥ୍ୟ ଲଗାଇଥାଏ ମଣିଷ । ସେ ଯେଉଁ ଦିଗ ହେଉନା କାହିଁକି ସଫଳତା ପାଇବା ପାଇଁ ସର୍ଵଦା ବ୍ୟଗ୍ର ରହିଥାଏ ସେ । ଏପରି ଏକ ନିଶାରେ ଅଛନ୍ତି କଟକ ଗଣ୍ଡରପୁର ଅଞ୍ଚଳର 16 ବର୍ଷ ବାଳକ ଦେବାର୍ଚ୍ଚନ ଦିବ୍ୟାଙ୍ଗ । ପିଲା ବେଳଠୁ ତାଙ୍କର ଗୋଟିଏ ନିଶା ବିଶ୍ବର ସମସ୍ତ ଦେଶର ମୁଦ୍ରା ସଂଗ୍ରହ କରିବା । ଆଉ ଆଜି ତାଙ୍କୁ ଏହି ନିଶା ଅନେକ ଲୋକଲୋଚନକୁ ଆଣିଛି । ଏଯାବତ୍ ସେ 140 ଦେଶର ମୁଦ୍ରା ଓ 160 ଦେଶର ନୋଟ ସଂଗ୍ରହ କରି ସାରିଛନ୍ତି ।

ପିଲାବେଳର ସେହି ଗୋଟିଏ କାହାଣୀ ଆଜି ତାଙ୍କ ନିଶାକୁ ଏକ ପେଶାରେ ପରିଣତ କରିସାରିଛି । ଯେତେବେଳେ ସେ ପରିବାର ସହ ନେପାଳ ଯାଇଥିଲେ ସେହି ସମୟରେ ନେପାଳର ଟଙ୍କାକୁ ଦେଖିଥିଲେ । ନିଜ ଦେଶର ଟଙ୍କା ଠାରୁ ନେପାଳର ଭିନ୍ନ ପ୍ରକାରର ଟଙ୍କା ଦେଖି ତାଙ୍କୁ ଘାରିଛି ବିଦେଶୀ ଟଙ୍କା ସଂଗ୍ରହର ନିଶା । ସେ ସବୁ ଦେଶର ନୋଟ ଓ କଏନ ସଂଗ୍ରହ କରିବା ନେଇ ମଧ୍ୟ ଲକ୍ଷ୍ୟ ରଖିଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଗୋଟିଏ କଥା କୁହାଯାଇପାରେ ଏହା ତାଙ୍କର ସୌଖ ନୁହେଁ ବରଂ ତାଙ୍କ ଜୀବନର ଅଙ୍ଗ ।

ବିଦେଶୀ ମୁଦ୍ରା ସାଉଣ୍ଟିବାରେ ବ୍ୟସ୍ତ ଦେବାର୍ଚ୍ଚନ

ଅନ୍ୟପଟେ ପରିବାର ମଧ୍ୟ ତାଙ୍କର ଏହି ନିଶାକୁ ନେଇ ବେଶ ଖୁସି ପ୍ରକଟ କରିଛନ୍ତି । ପରିବାର ଲୋକେ ଯେତେବେଳ କୌଣସି ଦେଶର କଏନ କି ନୋଟ ପାଇଥାନ୍ତି ତାକୁ ଦେବାର୍ଚ୍ଚନକୁ ପ୍ରଦାନ କରିଥାନ୍ତି । ଗୋଟେପଟେ ପାଠପଢ଼ା ଅନ୍ୟପଟେ ବିଦେଶୀ କଏନ ସଂଗ୍ରହର ନିଶା ଉଭୟକୁ ସମାନ ଢଙ୍ଗରେ ନେଇ ଚାଲିଛନ୍ତି ଦେବାର୍ଚ୍ଚନ ବୋଲି କୁହନ୍ତି ପରିବାର ଲୋକେ ।

ତେବେ ଦେବାର୍ଚ୍ଚନଙ୍କ ଏହି ନିଆରା ପ୍ରୟାସ ତାଙ୍କୁ ଆଗାମୀ ଦିନରେ କେତେ ମାତ୍ରାରେ ସଫଳତା ପ୍ରଦାନ କରୁଛି ତାହା ସମୟ କହିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details