କଟକ: ଆଠଗଡ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ରବିବାର ଏକ ହାତୀ ଶାବକର ମୃତଦେହ ଠାବ କରିଛି ବନବିଭାଗ । ଜଙ୍ଗଲରେ ହାତୀ ଶାବକଟି ମରିପଡିଥିବାବେଳେ ତା' ଚାରିପଟେ ହାତୀପଲ ସବୁ ଚିତ୍କାର କରୁଥିଲେ । ଏସମ୍ପର୍କରେ ସ୍ଥାନୀୟ ଖଣ୍ଡୁଆଳି ଗ୍ରାମର କିଛି ଲୋକ ବନବିଭାଗକୁ ଖବର ଦେଇଥିଲେ ।
ବଣିଆବନ୍ଧ ଜଙ୍ଗଲରୁ ହାତୀ ଶାବକର ମୃତଦେହ ଉଦ୍ଧାର - ହାତୀ ଶାବକର ମୃତଦେହ ଉଦ୍ଧାର
ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରୁ ହାତୀ ଶାବକର ମୃତଦେହ ଠାବ କରିଛି ବନ ବିଭାଗ । ହାତୀ ଶାବକର ମୃତ୍ୟୁର କାରଣ ଜଣାପଡି ନଥିବାବେଳେ ମୃତଦେହକୁ ବ୍ୟବଚ୍ଛେଦ କରାନଯାଇ ସେଠାରେ ପୋତି ଦିଆଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
ଖବର ପାଇ ଘଟଣାସ୍ଥଳରେ ଫରେଷ୍ଟର କୃଷ୍ଣ ଚନ୍ଦ୍ର ସ୍ବାଇଁ ଓ ଅନ୍ୟ ବନ କର୍ମଚାରୀମାନେ ପହଞ୍ଚିଥିଲେ । ବନ ବିଭାଗ ଓ ଲୋକଙ୍କ ଭିଡ ଦେଖି ହାତୀପଲ ସେଠାରୁ ଚାଲି ଯାଇଥିଲେ । ହାତୀ ଶାବକ ମୃତଦେହ ବ୍ୟବଚ୍ଛେଦ କରାନଯାଇ ସେଠାରେ ପୋତି ଦିଆଯାଇଛି । ଯାହା ସାଧାରଣରେ ଏବେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି । ତେବେ ହାତୀ ଶାବକର କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଜଣାପଡିନାହିଁ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ