ଓଡିଶା

odisha

ETV Bharat / state

ନିଖୋଜ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର: କଟକରୁ ନେଇ କେନ୍ଦୁଝରରେ ହତ୍ୟା ! - କଟକରୁ ଡ୍ରାଇଭରଙ୍କ ବ୍ୟବହୃତ ଗାଡ଼ି ଜବତ

କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଦରଖଳା ନିକଟରୁ ନିଖୋଜ ଥିବା ଜଣେ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର ହୋଇଛି। ହେଲେ ଡ୍ରାଇଭରଙ୍କ ବ୍ୟବହୃତ ଗାଡିଟି କଟକରୁ ଜବତ ହୋଇଥିବା ଜଣାପଡିଛି। ଯାହାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଆହୁରି ଘନିଭୂତ ହୋଇଛି।

ନିଖୋଜ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର
ନିଖୋଜ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

By

Published : Jun 29, 2023, 6:58 PM IST

ନିଖୋଜ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

କଟକ: କଲେଜ ଛକରୁ ଟ୍ୟାକ୍ସି ଭଡାରେ ଯାଇଥିବା ଡ୍ରାଇଭରଙ୍କୁ ହତ୍ୟା ସନ୍ଦେହ। ଗତ 24 ତାରିଖରୁ ଗାଡି ଭଡାରେ ଯାଇ ନିଖୋଜ ଥିବା ଡ୍ରାଇଭରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଦରଖଳା ଅଞ୍ଚଳରେ କେହି ଦୁବୃର୍ତ୍ତ ଡ୍ରାଇଭରଙ୍କୁ ମାରି ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ ଡ୍ରାଇଭରଙ୍କ ମୃତଦେହ କେନ୍ଦୁଝର ଜିଲ୍ଲା ଘଷିପୁରାରେ ମିଳିଥିବାବେଳେ ଗାଡିଟି କଟକ ଜିଲ୍ଲା ଗୋବିନ୍ଦପୁରରେ ଠାବ ହେବା ଘଟଣା ହତ୍ୟା ସନ୍ଦେହକୁ ଅଧିକ ଘନୀଭୂତ କରୁଛି ।

ମୃତ ଡ୍ରାଇଭର ହେଉଛନ୍ତି ପୁରୀ ଜିଲ୍ଲା କଣାସ ଥାନା ଛଟି ଯୋଡ଼ି ଗ୍ରାମର ଭଗବାନ ବୈରୀ ଗଞ୍ଜନ। ସୂଚନା ଅନୁସାରେ, ଗତ 24 ତାରିଖ ଦିନ କଲେଜ ଛକରୁ 3 ଜଣ ଲୋକଙ୍କୁ ଯାଜପୁର ରୋଡକୁ ଭଡାରେ ଯାଇ ଆଉ ଫେରିନଥିଲେ ଭଗବାନ। ରାତି 11 ଟା ପରେ ଭଗବାନଙ୍କ ସହ କୌଣସି ଯୋଗାଯୋଗ ନ ହେବାରୁ ତାଙ୍କ ପରିବାର ପକ୍ଷରୁ କଟକ ମାଲଗୋଦାମ ଥାନାରେ ନିଖୋଜ ମାମଲା ହୋଇଥିଲା। ତେବେ ନିଖୋଜର 4 ଦିନ ପରେ ଅର୍ଥାତ୍ ଗତ 27 ତାରିଖ ଦିନ ଭଗବାନଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି ।

କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଦରଖଳା ନିକଟରୁ ମୃତଦେହ ଉଦ୍ଧାର ହୋଇଛି। ସେପଟେ ଭଗବାନ ନେଇଥିବା ଗାଡିଟି କଟକ ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳରେ ଠାବ ହୋଇଥିବାରୁ ହତ୍ୟା ସନ୍ଦେହ କରି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ। ତେବେ କଟକ କଲେଜ ଛକରୁ ଯାଜପୁର ରୋଡ ଟ୍ୟାକ୍ସି ନେଇ ଆସିଥିବା ଡ୍ରାଇଭରଙ୍କୁ କେହି ହତ୍ୟା କରି ଦରଖଳା ଅଞ୍ଚଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଘସିପୁରା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ସେପଟେ ଗାଡିକୁ ଜବତ କରିବା ସହ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ। ତେବେ ଭଡା କରି ଗାଡିରେ ଯାଇଥିବା ଯୁବକ ଏବଂ ଯୁବତୀ କିଏ ସେନେଇ କୌଣସି ସୂଚନା ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ...ଅନ୍ୟ ଜାତିର ପୁଅକୁ ମନ ଦେବାରୁ ଝିଅର ଜୀବନ ନେଲା ବାପା, ଜୀବନ ହାରିଲା ପ୍ରେମିକ

କିଭଳି କେଉଁ ପରିସ୍ଥିତିରେ କିଏ ଗାଡି ଏଠାକୁ ଆଣିଲା ସେନେଇ ପୋଲିସ ତଦନ୍ତ କରୁଛି। ତେବେ ଯେଉଁମାନେ ଗାଡି ଭଡାରେ ନେଇଥିଲେ ସେମାନେ କଟକର ଲୋକ ହୋଇଥାଇପାରନ୍ତି ବୋଲି ଅନୁମାନ କରିଛନ୍ତି ଗାଡି ମାଲିକ। ଏହାସହ ସେମାନେ ନିଶା କାରବାରରେ ସଂପୃକ୍ତ ଥାଇପାରନ୍ତି ବୋଲି ପୋଲିସ ସମ୍ମୁଖରେ ବୟାନ ଦେଇଛନ୍ତି ଗାଡି ମାଲିକ। ତେଣୁ ତାଙ୍କ ଡ୍ରାଇଭରଙ୍କୁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରି ଫିଙ୍ଗିଦେଇଥିବା ଗାଡି ମାଲିକ ଜଣକ ଅଭିଯୋଗ କରିଛନ୍ତି।

ଇଟିଭି ଭାରତ, କଟକ

ABOUT THE AUTHOR

...view details