ଓଡିଶା

odisha

ETV Bharat / state

କଟକ ସଦର ହତ୍ୟା ମାମଲା: ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ କହିଲେ ଡିସିପି

ମଙ୍ଗଳବାର ସଦର ଥାନା ଅଞ୍ଚଳରେ ଗୁଳି କରି ହତ୍ୟା ଘଟଣାର ତନାଘନା କରୁଛି ପୋଲିସ । ଗୁଳିମାଡ଼ କରିଥିବା 2 ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ପୋଲିସ ସୂଚନା ଦେଇଛନ୍ତି ଡିସିପି। ଅଧିକ ପଢନ୍ତୁ

By

Published : Aug 9, 2023, 10:57 PM IST

କଟକ ସଦର ହତ୍ୟା ମାମଲା
କଟକ ସଦର ହତ୍ୟା ମାମଲା

କଟକ ସଦର ହତ୍ୟା ମାମଲା

କଟକ:ସଦର ଥାନା ଅଞ୍ଚଳରେ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଖୋଜୁଛି ପୋଲିସ। କଟକ ଡିସିପି କହିଛନ୍ତି, "ଅଭିଯୁକ୍ତ ସମ୍ପର୍କରେ ପୋଲିସକୁ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି । ତଦନ୍ତ ପରେ ଖୁବଶୀଘ୍ର ଗିରଫ କରାଯିବ । ଗିରଫ ପରେ ଅଭିଯୁକ୍ତଠାରୁ ଅନେକ ତଥ୍ୟ ଓଗାଳିବ ପୋଲିସ । ବିଶେଷକରି କେଉଁ ପରିସ୍ଥିତିରେ ହତ୍ୟା କରାଯାଇଛି ? ଅଭିଯୁକ୍ତ ଜଣକ ବନ୍ଧୁକ କେଉଁଠାରୁ ଆଣିଲା ? ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା କି ? ଆଦି ତମାମ ପ୍ରସଙ୍ଗରେ ତଦନ୍ତ କରିବ ପୋଲିସ।' ତେବେ ଉଭୟ ମୃତକ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଥିଲା ବୋଲି ଡିସିପି ସ୍ପଷ୍ଟ କରିଛନ୍ତି।


ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ମଙ୍ଗଳବାର ଜଣଙ୍କର ମୃତ୍ୟୁ ଘଟିଛି। କଟକ ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଠାରେ ଏହି ହତ୍ୟାକାଣ୍ଡ ଘଟିଛି। ପୂର୍ଵ ଶତ୍ରୁତାକୁ ନେଇ ଗୁଳି ମାଡ଼ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ କଟକ ସଦର ଥାନା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ ବି ଅଭିଯୁକ୍ କୁ ଧରିବାରେ ସଫଳ ହୋଇପାରିନାହିଁ । ତେବେ ମୃତକ ଜଣକ ହେଉଛନ୍ତି ଚିନ୍ତାମଣି ସାହୁ । ନିଜ ପରିବାର ସହ ସେ ଭଡା ଘରେ ରହୁଥିଲେ । ଚିନ୍ତାମଣି ପେସାରେ ଜଣେ ରାଜମିସ୍ତ୍ରୀ ଥିଲେ ବୋଲି ଜଣାପଡିଛି । ସେ ରାଜମିସ୍ତ୍ରୀ କାମ କରି ନିଜର ପରିବାର ଚଳାଉଥିଲେ । ତେବେ ଗୁଳିମାଡ଼ କରିଥିବା ଅଭିଯୁକ୍ତ ଦୁଇ ଜଣଙ୍କ ନାମ ଶମ୍ଭୁଆ ଓ ଜଗନ ହୋଇଥିବା ସୂଚନା ମିଳିଛି । ଉଭୟ ଅଭିଯୁକ୍ତଙ୍କର ମୃତକଙ୍କ ସହ ପରିଚୟ ବି ଥିଲା ବୋଲି ମୃତକଙ୍କ ପତ୍ନୀ କହିଛନ୍ତି।

ଅଭିଯୁକ୍ତ ମୃତକଙ୍କ ବାଲ୍ୟ ବନ୍ଧୁ ହୋଇଥିବା ମୃତକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ମଦ୍ୟପାନ କରି ହଠାତ ଅଭିଯୁକ୍ତମାନେ ଆସିଥିବା ପତ୍ନୀ କହିଛନ୍ତି। ତେବେ ଉଭୟ ମଦ୍ୟପାନ କରି ଚିନ୍ତାମଣିଙ୍କ ଘରେ ପହଞ୍ଚି ଥିଲେ। ଏହାପରେ ପକେଟରୁ ବନ୍ଧୁକ ବାହାର କରି ଚିନ୍ତାମଣିକୁ ଦେଖାଇଥିଲେ। ହାତରେ ବି 3 ରାଉଣ୍ଡ ଗୁଳି ରଖିଥିବାବେଳେ ଗୁଳିକୁ ବନ୍ଧୁକରେ ଭର୍ତ୍ତି କରି ଶମ୍ଭୁଆକୁ ଦେଇଥିଲା ଜଗନ । ଶମ୍ଭୁଆ ଚିନ୍ତାମଣିର ମୁଣ୍ଡକୁ ଗୁଳି କରିବା ପରେ ଘଟଣାସ୍ଥଳରେ ହିଁ ଚିନ୍ତାମଣିଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳଇଛି । ତେବେ ଉଭୟଙ୍କ ମଧ୍ୟରେ ପୂର୍ବରୁ କିଛି ଶତ୍ରୁତା ରହିଥିବା ସୂଚନା ମିଳିଛି । ମାତ୍ର କେଉଁ ପ୍ରକାର ଶତ୍ରୁତା ଥିଲା ତାହାର ତଦନ୍ତ କରୁଛି ପୋଲିସ।

ଏହା ବି ପଢନ୍ତୁ...ନିଶା ମାଫିଆକୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ, ବ୍ୟବସାୟିକ ଶତ୍ରୁତାରୁ ହତ୍ୟା

ସେହିପରି ଚିନ୍ତାମଣିକୁ ହତ୍ୟା କରିବା ପରେ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ତେବେ କାହିଁକି ଚିନ୍ତାମଣିକୁ ହତ୍ୟା କଲେ ଅଭିଯୁକ୍ତ ସେକଥା ମୃତକଙ୍କ ପତ୍ନୀ ବି ଜାଣି ନଥିବା ପୋଲିସକୁ କହିଛନ୍ତି । ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲା ବୋଲି ମୃତକଙ୍କ ପତ୍ନୀ ସ୍ପଷ୍ଟ କରିଛନ୍ତି । ତେବେ ବନ୍ଧୁକ ଓ ଗୁଳି କେଉଁଠାରୁ ଆଣିଲେ ଅଭିଯୁକ୍ତ ? ଏହା ଏକ ଯୋଜନବଦ୍ଧ ହତ୍ୟାକାଣ୍ଡ ଥିଲା କି? ଏହି ତମାମ ଦିଗକୁ ଦୃଷ୍ଟିରେ ରଖି ଘଟଣାର ତଦନ୍ତ କରୁଛି ପୋଲିସ।

ଇଟିଭି ଭାରତ, କଟକ

ABOUT THE AUTHOR

...view details