ଓଡିଶା

odisha

ETV Bharat / state

ପାରିବାରିକ କଳହକୁ ନେଇ ତୁମୂଳକାଣ୍ଡ, ଭଉଣୀର ଶ୍ବଶୁରକୁ ପିଟିଲା ଭାଇ - ପାରିବାରିକ କଳହକୁ ନେଇ ତୁମୂଳକାଣ୍ଡ

ପରିବାରରେ ଝଗଡ଼ାକୁ କେନ୍ଦ୍ରକରି କନିଅର ମଞ୍ଜି ଖାଇଲା ବୋହୂ । ଘଟଣା ଜାଣିବା ପରେ ଶ୍ବଶୁରଙ୍କୁ ନିସ୍ତୁକ ମାଡ ମାରିଲା ବୋହୂର ଭାଇ। ଅଧିକ ପଢ଼ନ୍ତୁ

ଭଉଣୀର ଶ୍ବଶୁରକୁ ପିଟିଲା ଭାଇ
ଭଉଣୀର ଶ୍ବଶୁରକୁ ପିଟିଲା ଭାଇ

By

Published : Apr 28, 2023, 4:44 PM IST

ନିଆଳି:ପାରିବାରିକ କଳହକୁ କେନ୍ଦ୍ର କରି ବିଷାକ୍ତ କନିଆରୀ ମଞ୍ଜି ଖାଇଦେଲା ବୋହୂ । ଘଟଣା ବାବଦରେ ଜାଣିବା ପରେ ବୋହୂର ଭାଇ ଜାଣିବା ପରେ ଶ୍ବଶୁରଙ୍କୁ ନିସ୍ତୁକ ମାଡ ମାରିଥିବା ଜଣା ପଡ଼ିଛି । ଏପରି ଘଟଣା ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ ଘଟିଛି । ପରିବାରରେ ଝଗଡ଼ାକୁ କେନ୍ଦ୍ରକରି ବୋହୂ ପୂର୍ଣ୍ଣିମା କନିଅର ମଞ୍ଜି ଖାଇ ଦେଇଥିଲେ । ଯାହାକୁ ନେଇ ପୂର୍ଣ୍ଣିମାଙ୍କ ଭାଇ ଉତକ୍ଷିପ୍ତ ହୋଇ ମେଡ଼ିକାଲରେ ପଶି ଭଉଣୀର ଶ୍ବଶୁରକୁ ପିଟି ଲହୁଲୁହଣ କରିଥିଲେ । ଯାହା ଏବେ ବାଲିପାଟଣାରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଖବର ପାଇ ଘଟଣା ସ୍ଥଳରେ ବାଲିପାଟଣା ପୋଲିସ ପହଞ୍ଚି ମହିଳାଙ୍କ ଭାଇକୁ ଅଟକ ରଖିଛି।

ଅଧିକ ପଢ଼ନ୍ତୁ: କେନ୍ଦ୍ରାପଡାରେ ୫ଟି ସଚିବ: ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟର ଅଗ୍ରଗତି ସମୀକ୍ଷା, ତ୍ବରାନ୍ବିତ କରିବାକୁ ପରାମର୍ଶ

ଜଗତସିଂପୁର ଜିଲ୍ଲା ସିଧଳ ଗ୍ରାମର ଝିଅ ପୂର୍ଣ୍ଣିମା ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାର ମନୋଜ କୁମାର ସାହୁଙ୍କୁ ବିବାହ କରିଥିଲେ । କୌଣସି କାରଣକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ରଗିଯାଇ ପୂର୍ଣ୍ଣିମା ବିଷ ମଞ୍ଜି ଖାଇ ଦେଇଥିଲେ । ଏହାସହ ସେ ନିଜ ଭାଇକୁ ଏ ବିଷୟରେ ଫୋନ୍‌ କରି ଜଣାଇଥିଲେ। ଖବର ପାଇ ଭାଇ ବାପୁ ସାହୁ ଭଉଣୀ ଘରେ ପହଞ୍ଚି ଥିଲେ । ସଙ୍ଗେସଙ୍ଗେ ନିଜ ଭଉଣୀକୁ ନେଇ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ । ପୂର୍ଣ୍ଣିମା ଶାଶୁ ଘର ଲୋକେ ମଧ୍ୟ ଯାଇ ମେଡ଼ିକାଲରେ ପହଞ୍ଚି ଥିଲେ । ବୋହୂର ଭାଇ ବାପୁ ମନୋଜ ପରିବାର ଲୋକଙ୍କୁ ଦେଖି ପ୍ରବଳ ରାଗି ଯାଇଥିଲେ । ହଠାତ୍ ବାପୁ ମନୋଜର ବାପାଙ୍କୁ ମେଡ଼ିକାଲ ଭିତରେ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ ।

ଏହା ବି ପଢ଼ନ୍ତୁ: Rainbow Ring of Sun: ସୂର୍ଯ୍ୟ ଚାରିପାଖେ ଇନ୍ଦ୍ରଧନୁ ସଦୃଶ ଗୋଲାକାର ବଳୟ, ଲୋକଙ୍କ ମନରେ ଉତ୍କଣ୍ଠା

ଏପରି ମାରପିଟ ଦେଖି ମେଡ଼ିକାଲ କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇଥିଲେ । ସଙ୍ଗେସଙ୍ଗେ ପୋଲିସ ସେଠାରେ ପହଞ୍ଚି ବାପୁକୁ ଉଠାଇ ନେଇ ଥାନରେ ଅଟକ ରଖିବା ସହିତ ପ୍ରାଥମିକ ଚିକିତ୍ସା ପରେ ପୂର୍ଣ୍ଣିମାକୁ ୧୦୮ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛନ୍ତି । ପୂର୍ଣ୍ଣିମାଙ୍କ ୯ ମାସର ଏକ ଶିଶୁ ପୁତ୍ର ରହିଛି । ଏବେ ପୂର୍ଣ୍ଣିମାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିରଥିବା ସୂଚନା ରହିଛି । ଘଟଣାକୁ ନେଇ ପୋଲିସ ପକ୍ଷରୁ କୈଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details