ଓଡିଶା

odisha

ବିଜୟା ଦଶମୀରେ ମା'ଙ୍କ ପାଖରେ ଲାଗି ହେଲା ଦହି ପଖାଳ ଭୋଗ

କଟକ ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ମା'ଙ୍କ ପାଖରେ ଦହି ପଖାଳ ଲାଗି ହୋଇଛି । ଏହା ପରେ ଏହି ଭୋଗକୁ ଭକ୍ତଙ୍କ ମଧ୍ୟରେ ବିତରଣ କରାଯାଇଛି । ଅଧିକ ପଢନ୍ତୁ...

By

Published : Oct 8, 2019, 7:23 PM IST

Published : Oct 8, 2019, 7:23 PM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, କଟକ

କଟକ: ଶାନ୍ତି ଭୋଗର ଆଧାର ଦହି ଅନ୍ନ । ମା' ଦୁର୍ଗାଙ୍କୁ ଶାନ୍ତ କରିବା ପାଇଁ ଲାଗି ହୋଇଥାଏ ଏହି ଦହି ପଖାଳ ଭୋଗ । ଶାରଦୀୟ ଦୁର୍ଗା ପୂଜାରେ ଦହି ପଖାଳ ଲାଗିର ରହିଛି ଅନନ୍ୟ ପରମ୍ପରା । ବିଜୟା ଦଶମୀରେ ଦେବୀ ଦୁର୍ଗା ମହିଷାମର୍ଦ୍ଦିନୀ ବେଶ ଧାରଣ କରି ମହିଷାସୁରକୁ ବଧ କରି ଧରାପୃଷ୍ଠରେ ଶାନ୍ତି ପ୍ରତିଷ୍ଠା କରିଥିଲେ । ଏହି କ୍ରମରେ କଟକ ସହରର ବିଭିନ୍ନ ସ୍ଥାନରେ ମା'ଙ୍କ ପାଖରେ ଦହିପଖାଳ ଲାଗିର ପରମ୍ପରା ରହିଛି । ପରମ୍ପରା ଅନୁଯାୟୀ କଟକ ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ମା'ଙ୍କ ପାଖରେ ଦହି ପଖାଳ ଲାଗି କରାଯାଇଛି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, କଟକ

ଏହି ଦହିପଖାଳ ଭୋଗ ମା'ଙ୍କ ପାଖରେ ଲାଗି ହେବା ପରେ ହଜାର ହଜାର ଭକ୍ତଙ୍କୁ ମାଗଣାରେ ବଣ୍ଟାଯାଇଥାଏ । ଏହି ଅବସରରେ କଟକ ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ପାଖାପାଖି 6 ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କୁ ଏହି ଦହିପଖାଳ ପ୍ରସ୍ତୁତ ହୋଇଥିଲା । ଏହା ପରେ ଏହି ଭୋଗକୁ ଭକ୍ତଙ୍କ ମଧ୍ୟରେ ମାଗଣାରେ ବଣ୍ଟନ ହୋଇଛି । ମା'ଙ୍କ ପାଖରେ ଲାଗି ହୋଇଥିବା ଏହି ଦହିପଖାଳ ପାଇବାକୁ ହଜାର ହଜାର ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details