ଓଡିଶା

odisha

ଦାଦାବଟି ମାଗି ଡି ବ୍ରଦର୍ସ ସହଯୋଗୀ ଡ୍ୟାନି ଗିରଫ

By

Published : Jun 29, 2022, 7:19 AM IST

ଡି ବ୍ରଦର୍ସର ସହଯୋଗୀ ଡ୍ୟାନିଙ୍କୁ ଦାଦାବଟି ମାଗି ମହିଳାଙ୍କୁ ହତ୍ୟା ଧମକ ଦେଇଥିବାରୁ ତାଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

D brothers  accomplice Danny was arrested
ଦାଦାବଟି ମାଗି ଡି ବ୍ରଦର୍ଶ ସହଯୋଗୀ ଡ୍ୟାନି ଗିରଫ

କଟକ: ଡି ବ୍ରଦର୍ସର ସହଯୋଗୀ ଡ୍ୟାନି ଗିରଫ । ଦାଦାବଟି ମାଗି ପୋଲିସ ହାତରେ ଧରାପିଡ଼ିଛି ଡ୍ୟାନି(ଶଶୀକାନ୍ତ ଖଣ୍ଡେଇ) । ସ୍ଥାନୀୟ ଲାଲବାଗ ଅଞ୍ଚଳର ଜଣେ ମହିଳା ଘରେ ଥିବା ବେଳେ ହଠାତ୍‌ ଡ୍ୟାନି ଘରକୁ ପ୍ରବେଶ କରି ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ । ପରେ ପରେ ଦାଦାବଟି ମଧ୍ୟ ମାଗିଥିଲା ଡ୍ୟାନି । ତେବେ ଏନେଇ ଉକ୍ତ ମହିଳା ଜଣଙ୍କ ପୋଲିସର ଦ୍ବାରସ୍ଥ ହେବା ପରେ ପୋଲିସ ଡି ବ୍ରଦର୍ସ ସହଯୋଗୀ ଡ୍ୟାନିକୁ ଗିରଫ କରିଛି । ତେବେ ପୂର୍ବରୁ ଡ୍ୟାନି ନାଁରେ କଟକର ବିଭିନ୍ନ ଥାନାରେ ସଙ୍ଗୀନ ମାମଲା ରହିଥିବା ସୂଚନା ମିଳିଛି ।

ABOUT THE AUTHOR

...view details