ଓଡିଶା

odisha

ETV Bharat / state

ସାଇକେଲ ଚଲାଅ ସୁସ୍ଥ ରୁହ, ବାର୍ତ୍ତା ବାଣ୍ଟୁଛନ୍ତି ଦିଗମ୍ବର ଓ ସଚିନ - cycling

ସମୟ ପରିବର୍ତ୍ତନ ସହ ମଣିଷ ସମାଜ ରେ ବଢୁଛି ନାନାବିଧ ରୋଗ ବ୍ୟାଧି । ଯାହାର କାରଣ କେବଳ ଶାରୀରିକ ଅସୁସ୍ଥତା । ତେବେ ଲୋକେ ବ୍ୟାୟାମ ଓ ଯୋଗ ଆଦି କରିବାକୁ ନାହିଁ ସମୟ। କେବଳ ଗାଡି ମୋଟର ଉପରେ କରୁଛନ୍ତି ଭରସା । ଅଧିକ ପଢନ୍ତୁ...

ସାଇକେଲ ଚଲାଅ ସୁସ୍ଥ ରୁହ, ବାର୍ତ୍ତା ବାଣ୍ଟୁଛନ୍ତି ଦିଗମ୍ବର ଓ ସଚିନ
ସାଇକେଲ ଚଲାଅ ସୁସ୍ଥ ରୁହ, ବାର୍ତ୍ତା ବାଣ୍ଟୁଛନ୍ତି ଦିଗମ୍ବର ଓ ସଚିନ

By

Published : Feb 28, 2021, 4:03 PM IST

Updated : Feb 28, 2021, 5:16 PM IST

କଟକ: ସାଇକେଲ ଚଳାଅ ଆଉ ସୁସ୍ଥ ରୁହ । ତେଲ ଚିନ୍ତା କମିବା ସହ ଶରୀର ମଧ୍ୟ ରହିବ ସୁସ୍ଥ । ଏମିତି ବାର୍ତ୍ତା ଦେଇ ଚାଲିଛନ୍ତି ମହାରାଷ୍ଟ୍ର ସୋଲାପୁରର ଦିଗମ୍ବର ଓ ସଚିନ । ଅନେକ ରାଜ୍ୟ ବୁଲି ବାଣ୍ଟୁଛନ୍ତି ଏହି ସୁବାର୍ତ୍ତା । ମହାରାଷ୍ଟ୍ରରୁ ଆରମ୍ଭ ହୋଇଥିଲା ସାଇକେଲ ଯାତ୍ରା । ଲୋକଙ୍କୁ ସଚେତନ କରିବାକୁ ବାହାରିଥିବା ଯାତ୍ରା ଏବେ 1800 କିମିରୁ ଊର୍ଦ୍ଧ୍ବ ହୋଇଛି । ତେବେ ବର୍ତ୍ତମାନ ଓଡିଶା ଓ ପରେ ପରେ କୋଲକାତାରେ ଏହି ଯାତ୍ରା ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟେ।


ସମୟ ପରିବର୍ତ୍ତନ ସହ ମଣିଷ ସମାଜରେ ବଢୁଛି ନାନାବିଧ ରୋଗ ବ୍ୟାଧି । ଯାହାର କାରଣ କେବଳ ଶାରୀରିକ ଅସୁସ୍ଥତା । ତେବେ ଲୋକେ ବ୍ୟାୟାମ ଓ ଯୋଗ ଆଦି କରିବାକୁ ନାହିଁ ସମୟ। କେବଳ ଗାଡି ମୋଟର ଉପରେ କରୁଛନ୍ତି ଭରସା । ଯାହାର ଫଳ ସ୍ୱରୂପ ନାନା ରୋଗରେ ପୀଡିତ ହେଉଛନ୍ତି ଲୋକେ । ତେବେ ଯଦି ପ୍ରତିଦିନ ସାଇକେଲ ବ୍ୟବହାର କରିବେ ତେବେ ନଥିବ ତେଲ ଓ ରୋଗର ସମସ୍ୟା । ଶରୀର ଫିଟ ରହିବା ସହ ତୈଳ ଦରକୁ ମଧ୍ୟ ନଥିବ ଚିନ୍ତା ।

ସାଇକେଲ ଚଲାଅ ସୁସ୍ଥ ରୁହ, ବାର୍ତ୍ତା ବାଣ୍ଟୁଛନ୍ତି ଦିଗମ୍ବର ଓ ସଚିନ
ଅନ୍ୟପଟେ ସାଇକେଲ ଚଳାଇଲେ ଯେ କେବଳ ତେଲ ରେଟ କମିବ କିମ୍ବା ଶରୀର ସୁସ୍ଥ ରହିବ ତାହା ନୁହେଁ ବରଂ ପରିବେଶ ମଧ୍ୟ ସୁସ୍ଥ ରହିବ । ଦିନକୁ ଦିନ ମଣିଷ ସମାଜରେ ଗାଡି ମୋଟର ସଂଖ୍ୟ ବୃଦ୍ଧି ପାଉଥିବାରୁ ଅମ୍ଳଜାନ ସ୍ଥର ମଧ୍ୟ କମିବାରେ ଲାଗୁଛି । ସେଥିପାଇଁ ଲୋକେ ମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରିଥାନ୍ତି। ତେବେ ସମାଧାନ ପାଇଁ କେବଳ ସାଇକେଲ ଚଳାଇବା ଆବଶ୍ୟକ। ସମସ୍ତେ ଘରେ ଗୋଟିଏ ଲେଖାଏଁ ସାଇକେଲ ରଖି ତାହାକୁ ଚଳାଇବା ଆବଶ୍ୟକ ବୋଲି କହିଛନ୍ତି ଉଭୟ ।


ମହାରାଷ୍ଟ୍ରରୁ ଆରମ୍ଭ ହୋଇଥିବା ସାଇକେଲ ଯାତ୍ରା ଏବେ ଓଡିଶା ଦେଇ ଗତି କରୁଛି। ତେବେ କୋଲକତାରେ ଅଭିଯାନ ସରିବା ପରେ ପୁଣି ଏକ ନୂଆ ଅଭିଯାନ ଯାହା ବିଶ୍ୱ ସ୍ତରୀୟ ହେବା ପାଇଁ ଲକ୍ଷ ରଖିଛନ୍ତି ଏହି ଦୁଇ ଜଣ ସାଇକେଲ ଯାତ୍ରୀ ।


କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 28, 2021, 5:16 PM IST

ABOUT THE AUTHOR

...view details